27.1 C
Bhubaneswar
Thursday, April 25, 2024
Homeଓଡିଶାଆଦିମ ଜନଜାତି ଲୋଧାଙ୍କ ବିକାଶ ନାମରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଅନୁଦାନ ହରିଲୁଟ

ଆଦିମ ଜନଜାତି ଲୋଧାଙ୍କ ବିକାଶ ନାମରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଅନୁଦାନ ହରିଲୁଟ

ମୟୂରଭଞ୍ଜ- ଛେଳି ଯଦି ପତୁଳି କରିବ ବଳଦ କରିବ କଣ କଥାଟା ଯେମିତି ଅସୁନ୍ଦର ଶୁଭୁଚି ଠିକ ସେମିତି ସ୍କୁଟରକୁ ଟ୍ରାକ୍ଟର ଦର୍ଶାଇ ଆଦିମ ଜନଜାତି ନିରୀହ ଲୋଧାଙ୍କ ଜମିରେ ଲଙ୍ଗଳ କରାଇଛି ତାଙ୍କର ବିକାଶ ପାଇଁ କାର୍ଯ୍ୟ କରୁଥିବା ସରକାରୀ ସଂସ୍ଥା ଲୋଧା ଡେଭଲପମେଣ୍ଟ ଏଜେନ୍ସି। ତେବେ ଲୋଧା ଜନଜାତିର ଉନ୍ନୟନ ନାମରେ ଓପିଲିପ(ଓ.ପି.ଏଲ.ଆଇ.ପି.) ଏବଂ ସ୍ପାର(ଏସ.ପି.ଏ.ଆର.) ଏନଜିଓ ମାଧ୍ୟମରେ କୋଟିଏରୁ ଉର୍ଦ୍ଧଟଙ୍କା ହରିଲୁଟ ଘଟଣାର ଭିଜିଲାନ୍ସ ତଦନ୍ତ ଦାବୀରେ ଧାରଣାରେ ବସିଲା କଂଗ୍ରେସ। ବିରଳ ଜନଜାତି ଲୋଧାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର ବହୁ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଆସୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଲୋଧାଙ୍କ ବିକାଶ ନାମରେ ଯୋଜନା ପ୍ରସ୍ତୁତ ହୋଇ ଖର୍ଚ୍ଚ ହେଉଛି ସତ ହେଲେ ଅଧିକାଂଶ କ୍ଷେତ୍ରରେ କାମ ହେଉଛି କାଗଜ କଲମରେ। କେବଳ ମାଟିରାସ୍ତା ବଦଳରେ ଗାଁରେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତାରେ ଚାଲୁଛନ୍ତି ଲୋଧାମାନେ। ଏଇ ହେଉଛି ବାସ୍ତବ ବିକାଶର ଚିତ୍ର। ଉଲ୍ଲେଖଯୋଗ୍ୟ ପୂର୍ବରୁ ଲୋଧା ଏକ ହିଂସ୍ର ସମ୍ପ୍ରଦାୟ କୁହାଯାଉଥିବା ବେଳେ ଏବେ ସେମାନଙ୍କର ଜୀବନଧାରଣ ଚରିତ୍ରରେ କିଛିଟା ପରିବର୍ତ୍ତନ ଆସିଛି ସତ ହେଲେ ସମ୍ପୁର୍ଣ୍ଣ ନୁହଁ। ଲୋଧାଙ୍କ ବିକାଶ ସହ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରି ନୂତନ ଜ୍ଞାନ କୌଶଳ ଜରିଆରେ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ମୋରଡ଼ା, ଶୁଳିଆପଦା ବ୍ଲକ ଅଞ୍ଚଳରେ ବସବାସ କରୁଥିବା ଲୋଧାଙ୍କୁନେଇ ତତ୍କାଳୀନ କଂଗ୍ରେସ ସରକାର ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଠାରେ ଲୋଧା ଉନ୍ନୟନ ସଂସ୍ଥା ଆରମ୍ଭ କରିଥିଲେ। ଦୀର୍ଘବର୍ଷ ପରେବି ଲୋଧାଙ୍କ ବିକାଶ ହେଉକି ନ ହେଉ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ବିକାଶ ସମ୍ଭବ ହୋଇଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଉଠୁଥିଲା ବେଳେ ଏବେ ତାହା ପ୍ରମାଣ ହୋଇଛି। ତେବେ ମୟୂରଭଞ୍ଜ ଜିଲ୍ଲାର ମୋରଡା ଅଂଚଳରେ ଏହି ଲୋଧା ଜନଜାତିର ଲୋକେ ବିଶେଷତଃ ବସବାସ କରୁଥିବାରୁ ମୋରଡା ଠାରେ ଲୋଧା ଉନ୍ନୟନ ପ୍ରକଳ୍ପ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛି । ତେବେ ଏହି ପ୍ରକଳ୍ପ ଅନ୍ତର୍ଗତ ଯୋଜନା ଗୁଡିକରେ ବ୍ୟାପକ ଦୂର୍ନିତୀ ଚାଲିଥିବାରୁ ଲୋଧା ଜନଜାତିର ଲୋକଙ୍କର ବିକାଶ ହେଉକି ନହେଉ ପ୍ରକଳ୍ପର ଅଧିକାରୀ, କର୍ମଚାରୀ ଏବଂ ପ୍ରକଳ୍ପ ଅଧିନରେ କାର୍ଯ୍ୟ କରୁଥିବା ଏନଜିଓ ଓପିଲିପ (ଓ.ପି.ଏଲ.ଆଇ.ପି). ଏବଂ ସ୍ପାର(ଏସ.ପି.ଏ.ଆର.) ର କର୍ମକର୍ତା ମାନଙ୍କର ପକେଟ କିନ୍ତୁ ଗରମ ହେଉଥିବାର ଗୁରୁତର ଅଭିଯୋଗ ହୋଇଛି ।ସବୁଠାରୁ ବଡ଼କଥା ହେଲା ଏମାନଙ୍କ ପାଇଁ ସରକାରୀ ଯୋଜନାରେ ଆସିଥିବା ଧାନ ଚାଷ ରୁଆ କାର୍ଯ୍ୟକ୍ରମରେ ଟ୍ରାକ୍ଟରରେ ହଳ ହୋଇଥିବା ଦେଖାଇ ଏକ ସ୍କୁଟର ନମ୍ବର ପକାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରିଥିବା ଅଭିଯୋଗ ହେଉଛି। ଯାହାର ତଥ୍ୟ ଜନସୂଚନା ଆଇନ ବଳରେ ସଂଗୃହୀତ ହୋଇଥିବା ସରକାରୀ ଦସ୍ତାବିଜରୁ ପ୍ରମାଣିତ ହୋଇଛି। ସେହିପରି ଚିକିଟାମାଟିଆ ପଞ୍ଚାୟତର ଲୋଧା କଲୋନୀରେ ଥିବା ଲୋଧା ପରିବାରକୁନେଇ ହଳଦୀଚାଷ କରାଯାଇଛି। ମାତ୍ର ଲୋଧାମାନେ ଓଦା ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ସୁଦ୍ଧା ହଳଦୀ ବିହନ ଯୋଗାଇ ଦେଇଥିଲା ଏନଜିଓ। ହେଲେ ନାମକୁ ହଳଦୀଚାଷ ହୋଇଥିଲା ବେଳେ ହଳଦୀ ବିହନ ବାହାରେ ସଂପୃକ୍ତ ଏନଜିଓ ପକ୍ଷରୁ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି। ସେହିପରି ଟିଆଁସି ଅଞ୍ଚଳରେ ଧନୱନ୍ତରୀ ଚାଷ ନାମରେ ହୋଇଛି ବ୍ୟାପକ ହରିଲୁଟ। ଅଭିଯୋଗ କଲେ ଶୁଣିବାକୁ କେହି ନାହିଁ। ସରକାରୀ ରେକର୍ଡରେ ତୋ ହେଉଛି ଲୋଧାଙ୍କ ବିକାଶ। ବିଭାଗୀୟ ଅଧିକାରୀ ବାହାବା ସାଉଁଟୁ ଥିବା ବେଳେ ସରକାର ଖୁସ। ଅଭିଯୋଗ ଶୁଣିବ କିଏ ?ତଦନ୍ତ ହେବ କେମିତି ଅସାଧୁ କର୍ମଚାରୀମାନଙ୍କୁ ଦଣ୍ଡ ବିଧାନ କରିବ କିଏ ? ଯାହାକୁନେଇ ମୋରଡ଼ା ନିର୍ବାଚନ ମଣ୍ଡଳିର କଂଗ୍ରେସ କର୍ମୀମାନଙ୍କ ପକ୍ଷରୁ ଲୋଧା ଉନ୍ନୟନ ପ୍ରକଳ୍ପ ଅଧିନରେ ହୋଇଥିବା ବ୍ୟାପକ ଦୂର୍ନିତୀର ଭିଜିଲାନ୍ସ ତଦନ୍ତ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଭାସ କର ମହାପାତ୍ରଙ୍କ ନେତୃତ୍ୱରେ ଦୁଇଦିନିଆ ଧାରଣାରେ  ବସିଥିବାର ଦେଖାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking