27.1 C
Bhubaneswar
Tuesday, May 7, 2024
Homeକରୋନାଚୀନରେ କ'ଣ ପାଇଁ ନାହିଁ କରୋନାର ଦ୍ୱିତୀୟ ଲହର

ଚୀନରେ କ’ଣ ପାଇଁ ନାହିଁ କରୋନାର ଦ୍ୱିତୀୟ ଲହର

ନୂଆଦିଲ୍ଲୀ: ବର୍ତମାନ ଭାରତ, ନେପାଳ, ବାଙ୍ଗଲାଦେଶ, ଜର୍ମାନୀ, ଆର୍ଜେଣ୍ଟିନା,ମଙ୍ଗୋଲିଆ ସମେତ ଅନେକ ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଚରମ ସୀମାରେ ପହଂଚିଛି । ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୧୯ ଏପ୍ରିଲରେ ଦେଇଥିବା ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ୨୭୩୮୧୦ କରୋନାର ନୂଆ ମାମଲା ରେକର୍ଡ କରାଯାଇଛି । ରବିବାର ବାଙ୍ଗଲାଦେଶକେ କରୋନା ମହାମାରୀରେ ମୃତ୍ୟୁବରଣ କରିଥିବା ସଂଖ୍ୟା ୧୦୨ ରହିଛି । ଯାହା ଏପର୍ଯ୍ୟନ୍ତ ସର୍ବାଧିକ । ହେଲେ ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଚୀନରେ କରୋନା ନିୟନ୍ତ୍ରଣ ସ୍ଥିତି ଭଲ ରହିଛି । ଚୀନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୋମବାର ସକାଳେ ଦେଇଥିବା ସୂଚନା ଅନୁଯାୟୀ, ଏବେ ସେଠାରେ ୩୧୫ ସକ୍ରିୟ ମାମଲା ରହିଛି । ଯାହା ମଧ୍ୟରୁ ୨୪୧ଟି ବାହାର ମାମଲା ରହିଛି । ତେବେ ଏହା ପଛରେ କିଛି କାରଣ ରହିଥିବା କୁହାଯାଉଛି ।
ଗତ ଏପ୍ରିଲରେ କରୋନା ମୁକାବିଲାରେ ସଫଳତା ପାଇବା ପରେ ଚୀନର ବିଭିନ୍ନ ସ୍ତରର ସରକାର କରୋନ। । ନିୟନ୍ତ୍ରଣ ପାଇଁ କିଛି ଢିଲା ପଦକ୍ଷେପ ନେଇନାହାନ୍ତି । ଆର୍ଥିକ ଗତିବିଧି ଓ ସାମାଜିକ ଜୀବନକୁ ଦୃଷ୍ଟିରେ ରଖି ସରକାର ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ କଡା ନଜର ରଖିଛନ୍ତି । ଯେମିତିକି  ଯାତାୟାତ, ଦୋକାନ, ଚିକିତ୍ସା ସେବା ଇତ୍ୟାଦି ସମ୍ବେଦନଶୀଳ ସ୍ଥାନରେ କାର୍ଯ୍ୟରତ ଲୋକଙ୍କ ପ୍ରତି ନିୟମିତ ରୂପରେ କରୋନା ଯାଞ୍ଚ କରାଯାଏ । ଚୀନ ଲୋକେ ସରକାରଙ୍କ ସମସ୍ତ ଆଦେଶକୁ କଡାକଡି ଭାବରେ ପାଳନ କରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking