36.1 C
Bhubaneswar
Sunday, May 19, 2024
Homeକରୋନାଧୋନୀଙ୍କ ପିତାମାତା କରୋନା ପଜିଟିଭ

ଧୋନୀଙ୍କ ପିତାମାତା କରୋନା ପଜିଟିଭ

ନୂଆଦିଲ୍ଲୀ: ମହମାରୀ କରୋନା ଭାଇରସର ଛାଇ ଏବେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଘରେ ପଡିଛି । ଏମଏସ ଧୋନୀଙ୍କ ପିତା ପାନ ସିଂହ ଧୋନୀ ଓ ମାତା ଦେବକୀ ସିଂହ ଧୋନୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏହାପରେ ଦୁହିଁଙ୍କୁ ଝାଡଖଣ୍ଡ ରାଜଧାନୀ ରାଂଚୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତମାନ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏମଏସ ଧୋନୀ ଆଇପିଏଲ ଖେଳୁଛନ୍ତି ଏବଂ ନିଜ ପରିବାରଠୁ ଦୂରରେ ଅଛନ୍ତି ।
ସୂଚନା ମୁତାବକ, ଏମଏସ ଧୋନୀଙ୍କ ପିତାମାତା ରାଂଚିର ପ୍ଲସ ସୁପର ସ୍ପେଶାଲିଟି ରେ ଚିକିତ୍ସିତ ହେଉଛନ୍ତି । ଧୋନୀ ୟୁଏଇରେ ଆଇପିଏଲ ୨୦୨୦ ପରେ ପରିବାର ସହିତ ସମୟ ବିତାଇଥିଲେ । ଆଇପିଏଲ ୨୦୨୧ ପୂର୍ବରୁ ସେ କୌଣସି ମ୍ୟାଚ ଖେଳିନଥିଲେ ।
ଝାଡଖଣ୍ଡରେ ଗତ ୨୪ ଘଣ୍ଟାରେ କରୋନାରେ ୪୬ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫୦୨ ହୋଇଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪୦୧ ଟି ନୂଆ ମାମଲା ଆସିବା ପରେ ମୋଟ ସଂଖ୍ୟା ୧୬୭୩୪୬ ହୋଇଛି । ବର୍ତମାନ ୩୦୫୮୮ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking