28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକରୋନା ସନ୍ଦେହ ୫ ଜଣ କୁ ଦିଲ୍ଲୀ ର ଆର୍ମି ହସ୍ପିଟାଲ ରେ...

କରୋନା ସନ୍ଦେହ ୫ ଜଣ କୁ ଦିଲ୍ଲୀ ର ଆର୍ମି ହସ୍ପିଟାଲ ରେ ଭର୍ତି

ଦିଲ୍ଲୀ: ଦିନ କୁ ଦିନ ସମଗ୍ର ପୃଥୀବିରେ କାୟା ବିସ୍ତାର କରି ମାଡି ଚାଲିଥିବା କରୋନା ଭାଇରସ ଏବେ ଭାରତରେ ମଧ୍ୟ ନିଜ କାୟା ବିସ୍ତାର କରିବା ଆରମ୍ଭ କରିଲାଣି । ଗତ କିଛି ଦିନ ତଳେ ଭାରତର ପ୍ରଥମ କରୋନା ଭାଇରସ ଆକ୍ରାନ୍ତ ବ୍ୟକ୍ତି କେରଳରେ ଚିହ୍ନଟ ହେବା ପରେ ଆଜି କରୋନା ଲକ୍ଷଣ ଦେଖାଯିବ ରୁ ଦିଲ୍ଲୀ ଆର୍ମି ହସ୍ପିଟାଲକୁ ୫ ଜଣ କୁ ସ୍ଥାନାନ୍ତର କରାଯାଇଛି । ଦିଲ୍ଲୀ ଏମ୍ସ କୁ ନମୁନା ପରୀକ୍ଷଣ ପାଇଁ ପଠାଯାଇଛି , ଏବଂ ରିପୋର୍ଟ କୁ ଅପେକ୍ଷା । ଚୀନ ରୁ ଫେରିଥିବା ମାନେସର କ୍ୟାମ୍ପ ରେ ହୋଇଥିଲା ସ୍ଵସ୍ଥ ଯାଞ୍ଚ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନ ସରକାରଙ୍କ ପ୍ରବଳ ଉଦ୍ୟମ ପରେ ବି ଭୟଙ୍କର କରୋନା ଭାଇରସ ନିୟନ୍ତ୍ରିତ ହୋଇ ପାରୁ ନାହିଁ । ଚୀନରେ ବିଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୫୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥି ସହିତ ମୃତକଙ୍କ ସଂଖ୍ୟା ୩୬୦ରେ ପହଞ୍ଚିଛି ବୋଲି ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । କୁହାଯାଉଛି କି ହୁବେଇ ସହର କରୋନା ଭାଇରସର କେନ୍ଦ୍ରସ୍ଥଳ ପାଲଟିଛି । କରୋନା ଭାଇରସ ଭୟରେ ବିଦେଶର ଲୋକେମାନେ ଚୀନଛାଡ଼ି ନିଜ ଦେଶକୁ ପଳାୟନ କରୁଛନ୍ତି ।
https://onakhabar.com/2020/02/03/coronavairus-5/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking