38.1 C
Bhubaneswar
Friday, April 26, 2024
Homeଓଡିଶାଜାପାନ ଜାହାଜରେ ଫସିଛନ୍ତି ଓଡ଼ିଆ ଇଂଜିନିୟର

ଜାପାନ ଜାହାଜରେ ଫସିଛନ୍ତି ଓଡ଼ିଆ ଇଂଜିନିୟର

ବ୍ରହ୍ମପୁର :ଜାପାନର ୟୋକୋହମା ବନ୍ଦରରେ ଅଟକି ଥିବା ଜାହାଜରେ ଜଣେ ଓଡ଼ିଆ ଇଂଜିନିୟର ଫସି ରହିଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ତାଙ୍କ ବାପା ରାଜ୍ୟ ସରକାର ଓ ଭାରତ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ତାଙ୍କ ନାଁ ଶିବାଶିଷ ନାୟକ। ତାଙ୍କ ଘର ବ୍ରହ୍ମପୁରରେ ।
କରୋନା ଆକ୍ରାନ୍ତ ସନ୍ଦେହରେ ପ୍ରାୟ ୩ହଜାର ୭ଶହ ଯାତ୍ରୀ ଓ ଜାହାଜ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭାବେ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ଜାହାଜରେ ୧୭୪ଜଣ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ସେମାନଙ୍କ ମଧ୍ୟରୁ ତିନି ଜଣ ଭାରତୀୟ ଥିବା ସୂଚନା ମିଳିଛି। ଏହି ଜାହାଜରେ ଶିବାଶିଷ ବି ଫସି ରହିଛନ୍ତି। ସେମାନଙ୍କୁ ଜାହାଜ ବାହାରକୁ ଛଡ଼ା ଯାଉ ନଥିବା ସେ ଅଭିଯୋଗ କରିଛନ୍ତି। ତେବେ ଜାପାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଯୋଗାଯୋଗ କରାଯାଉଥିଲେ ମଧ୍ୟ କେବେ ଉଦ୍ଧାର ହେବେ ସେ ନେଇ ଶିବାଶିଷ ଚିନ୍ତିତ ଅଛନ୍ତି। ଜାହାଜର କ୍ରିଉ କ୍ୟାବିନ ଭିତରେ ଅନ୍ୟ ୬ଜଣଙ୍କ ସହ ସେ ଫସି ରହିଥିବା ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking