30.1 C
Bhubaneswar
Friday, April 26, 2024
Homeଓଡିଶାଡାକ୍ତର ଓ ନର୍ସ ଙ୍କୁ ମିଳିବ ପ୍ରୋତ୍ସାହନ ରାଶି

ଡାକ୍ତର ଓ ନର୍ସ ଙ୍କୁ ମିଳିବ ପ୍ରୋତ୍ସାହନ ରାଶି

ଭୁବନେଶ୍ଵର: ରାଜ୍ୟରେ ଏବେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏଥିରୁ କରୋନା ଯୋଦ୍ଧା ମଧ୍ୟ ବାଦ୍ ପଡୁନାହାନ୍ତି । ଏବେ କରୋନା ମହାମାରୀ  ମାଡି ମାଡି ଚାଲିଥିବା ବେଳେ ସେମାନଙ୍କର ସେବା ଲାଗିପଡିଛନ୍ତି କରୋନା ଯୋଦ୍ଧା । ଏନେଇ ରାଜ୍ୟରେ କୋଭିଡ ସେବକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । କେବଳ କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ଓ ସେବା ପାଇଁ ଏହି ସହାୟତା ମିଳିବ ।
ତେବେ ଡାକ୍ତରମାନଙ୍କୁ ଦୈନିକ ହଜାରେ ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ନର୍ସ ଓ ଫାର୍ମାସିଷ୍ଟଙ୍କୁ ଦ୍ରେନିକ ୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ରେଡିଓଗ୍ରାଫର ଓ ଲାବୋରେଟୋରି ଟେକ୍ନିସିଆନଙ୍କୁ ୫୦୦ ଟଙ୍କା ମିଳିବ । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦ୍ରେନିକ ୨୦୦ ଟଙ୍କା ମିଳିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । ଏ ବାବଦ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking