30.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ଆତଙ୍କ: ଫର୍ମ ପୂରଣ କଲେ ଶ୍ରୀଜଗନ୍ନାଥ ଦର୍ଶନ

କରୋନା ଆତଙ୍କ: ଫର୍ମ ପୂରଣ କଲେ ଶ୍ରୀଜଗନ୍ନାଥ ଦର୍ଶନ

ଭୁବନେଶ୍ୱର (ଓଏନଏ): ଆଜି କରୋନା ସଂକ୍ରାନ୍ତରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛତିଶାନିଯୋଗ ବୈଠକ ଡକାଯାଇଥିଲା । ବୈଠକରେ ଆଲୋଚନା ହୋଇଥିଲା ଭକ୍ତମାନଙ୍କ ଦର୍ଶନ ଉପରେ କଟକଣା ଜାରି କରାଯିବ । କୌଣସି ଭକ୍ତ ନିଜ ସମ୍ପର୍କରେ ତଥ୍ୟ ନ ଦେଇ ଦର୍ଶନ ପାଇଁ ଯାଇପାରିବେ ନାହିଁ । ଏଥିପାଇଁ ଦର୍ଶନାର୍ଥୀ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବେ । ସେବାପୂଜା ବେଳେ ମୁହଁରେ ମୁଖା ପିନ୍ଧିବେ ସବୁ ସେବାୟତ । କୌଣସି ଭକ୍ତ ଗରୁଡ଼ସ୍ତମ୍ଭ, ଅରୁଣସ୍ତମ୍ଭ ଓ କୌଣସି ଦେବାଦେବୀଙ୍କୁ ଛୁଇପାରିବେ ନାହିଁ ।
ସାରା ବିଶ୍ୱରେ ଏବେ କରୋନା ମହାମାରୀ ରୂପ ନେଇଛି । ୧୩୧ଟି ଦେଶରେ ୫୮୩୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଭାରତରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୭ ଜଣ ଆକ୍ରାନ୍ତ ଆଛନ୍ତି । ଇଟାଲୀରେ ଗୋଟିଏ ଦିନରେ ୧୭୫ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାତୀୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏପରିକି ପୁରୀକୁ ଆସିବାକୁ କଟକଣା ଲାଗୁ କରାଯାଇଛି । କୌଣସି ଜରୁରି କାମ ନ ଥିଲେ ପୁରୀକୁ ଆସନ୍ତୁ ନାହିଁ ବୋଲି ପୁରୀ ଜଲ୍ଲାପାଳ ବଲୱତ ସିଂ କହିଛନ୍ତି । ସର୍ଦ୍ଦି, ଥଣ୍ଡା, ଜ୍ୱର ଥିଲେ ପୁରୀକୁ ଆଦୌ ନ ଆସିବାକୁ ସେ କହିଛନ୍ତି । ପୁରୀକୁ ସମସ୍ତ ଟୁରିଷ୍ଟ ବସ ବୁକିଂ ବାତିଲ କରିଦିଆଯାଇଛି । ଯଦି ପୁରୀ ସହରକୁ କେହି କରୋନା ସଂକ୍ରମିତ ଆସିଥାନ୍ତି ଖବର ପାଇଲା ମାତ୍ରେ ତୁରନ୍ତ ଖବର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଏବଂ ପଡ଼ୋଶୀ ଜିଲ୍ଲାକୁ ଯାତାୟତ କରୁଥିବା ବସକୁ ଗତକାଲି ସନ୍ଧ୍ୟାରୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ପୁରୀର ବିଭିନ୍ନ ହୋଟେଲ ଏବଂ ଆଶ୍ରୟସ୍ଥଳୀ ଥିବା ପର୍ଯ୍ୟଟକମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ଏବେ ପୁରୀରେ ୭୨ରୁ ଅଧକ ପର୍ଯ୍ୟଟକ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking