32.1 C
Bhubaneswar
Thursday, March 28, 2024
Homeକରୋନାଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭କୁ ବୃଦ୍ଧି

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିବା କଥା ରବିବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । କେନ୍ଦ୍ର ସରକାର କୋରୋନା ଭାଇରସକୁ ବିପର୍ଯ୍ୟୟ ଘୋଷଣା କରିଦେଇଛନ୍ତି । ଆକ୍ରାନ୍ତମାନଙ୍କ ମଧ୍ୟରେ ଅଛନ୍ତି ୯୦ଜଣ ଭାରତୀୟ । କରୋନାଭାଇରସ୍ ଆକ୍ରାନ୍ତଙ୍କ ମଧ୍ୟରୁ ୯ଜଣ ଆରୋଗ୍ୟ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ନିଜର ସୀମାନ୍ତ ଅଞ୍ଚଳକୁ ସିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ପାକିସ୍ତାନ, ବାଂଲାଦେଶ, ନେପାଳ, ଭୂଟାନ ଓ ମିଆଁମାର ସୀମାରେ ଯିବାଆସିବା ଉପରେ କଟକଣା ଲଗାଇ ଦିଆଯାଇଛି ।
ଭାଇରସ ଯୋଗୁଁ ଦେଶର ଅଧା ରାଜ୍ୟରେ ସ୍କୁଲ-କଲେଜ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖାଯାଇଛି । ଓଡ଼ିଶା, ଦିଲ୍ଲୀ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ଜମ୍ମୁ, ହରିୟାଣା ଓ କେରଳ ସାମିଲ ଅଛି । କେନ୍ଦ୍ର ସରକାର ଏବେ ସାଧାରଣ ଜନତାଙ୍କ ନିକଟରେ ଅପିଲ କରିଛନ୍ତି ଯେ, ଲୋକେ ବିଦେଶ ନଯାଆନ୍ତୁ । କରୋନା ଭାଇରସ ନେଇ ଆମେରିକା ଜାତୀୟ ଜରୁରୀକାଳୀନ ଘୋଷଣା କରିଥିବା ବେଳେ ବିଶ୍ୱରେ କରୋନାରେ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି ।
ଭାରତରେ କ୍ରମାଗତ ଭାବେ କରୋନା ଭାଇରସରେ ଲୋକେ ସଂକ୍ରମିତ ହେଉଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୩୧ ଜଣ ରୋଗୀ ଅଛନ୍ତି । ସେହିଭଳି ଦେଶରେ ଏହି ଭାଇରସରେ ସଂକ୍ରମିତ ହୋଇଥିବା ସଂଖ୍ୟା ୧୦୭ରେ ପହଞ୍ଚିଛି । ଏହାଛଡ଼ା ଦିଲ୍ଲୀରେ ୭ ଜଣ, ହରିୟାଣାରେ ୧୪ ଜଣ (ବିଦେଶୀ ନାଗରିକ), କେରଳରେ ୨୨ଜଣ, ରାଜସ୍ଥାନରେ ୨ଜଣ (ବିଦେଶୀ ନାଗରିକ), ତେଲେଙ୍ଗାନାରେ ୩ଜଣ, ଉତ୍ତର ପ୍ରଦେଶରେ ୧୧ ଜଣ (ଜଣେ ବିଦେଶୀ ନାଗରିକ), ବ୍ରିଟେନରେ ୧ଜଣ ନବଜାତ ଶିଶୁ, ଲଦାଖରେ ୩ ଜଣ, ତାମିଲନାଡୁରେ ୧ଜଣ, ଜମ୍ମୁ ଓ କଶ୍ମୀରରେ ୨ଜଣ, ପଞ୍ଜାବରେ ୧ଜଣ, କର୍ଣ୍ଣାଟକରେ ୬ଜଣ, ମହାରାଷ୍ଟ୍ରରେ ୩୧ଜଣ, ଆନ୍ଧ୍ରପ୍ରଦେଶରେ ୧ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking