32.1 C
Bhubaneswar
Friday, April 26, 2024
Homeକରୋନାନ୍ୟୁୟର୍କରେ ମୃତଦେହକୁ ଦିଆଯାଉଛି ସାମୂହିକ କବର

ନ୍ୟୁୟର୍କରେ ମୃତଦେହକୁ ଦିଆଯାଉଛି ସାମୂହିକ କବର

ନ୍ୟୁୟର୍କ : ଆମେରିକାରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଠାରେ ଏବେ ପ୍ରତିଦିନ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ଶୁକ୍ରବାର ଦେଶରେ ୨୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଫଳରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୮ ହଜାର ୭୪୬ରେ ପହଞ୍ଚିଛି। ସେହିପରି ୫ ଲକ୍ଷ ୨୮ ହଜାର ଜଣ ଆକ୍ରାନ୍ତ​‌ ହୋଇଛନ୍ତି। ତେବେ ନ୍ୟୁୟର୍କ ସହର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ପ୍ରତିଦିନ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ପରିସ୍ଥିତି ଏପରି ହେଲାଣି ଏହି ସହରରେ ଲୋକଙ୍କୁ ମୃତ୍ୟୁ ପରେ କବର ଦେବାକୁ କବରସ୍ତାନରେ ଜାଗା ମିଳୁନାହିଁ। ଫଳରେ ସାମୂହିକ ଭାବେ ମୃତଦେହଗୁଡ଼ିକୁ କବର ଦିଆଯାଉଛି।
ସବୁଠାରୁ ଶକ୍ତିଶାଳୀ ଦେଶରେ କରୋନାର ଏଭଳି ପ୍ରକୋପ ଆମେରିକାବାସୀଙ୍କୁ ସ୍ତବ୍ଧ କରିଛି। ନ୍ୟୁୟର୍କ ସହରରେ ମୃତଦେହଗୁଡ଼ିକୁ ସାମୂହିକ କବର ଦିଆଯିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନ୍ୟୁୟର୍କରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେକୌଣସି ଦେଶଠାରୁ ବି ଅଧିକ। ଏଠାରେ ମୋଟ ୧ଲକ୍ଷ ୭୦ ହଜାରରୁ ଅଧିକ ଲୋକ ଏହି ମହାମାରୀ ଭୂତାଣୁରେ ଆକ୍ରାନ୍ତ ହୋଇଥିବାବେଳେ ସ୍ପେନରେ ଏହି ସଂଖ୍ୟା ୧ ଲକ୍ଷ ୫୭ ହଜାର, ଇଟାଲୀରେ ୧ ଲକ୍ଷ ୭୫ ହଜାର, ଫ୍ରାନ୍ସରେ ୧ ଲକ୍ଷ ୨୪ ହଜାର, ଜର୍ମାନୀରେ ୧ଲକ୍ଷ ୧୯ ହଜାର। ସେହିପରି ନ୍ୟୁୟର୍କରେ ବର୍ତ୍ତମାନ ସୁଦ୍ଧା ୭୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking