28.1 C
Bhubaneswar
Saturday, April 27, 2024
Homeଓଡିଶାଆସିବ କରୋନା ଭ୍ୟାକସିନ!

ଆସିବ କରୋନା ଭ୍ୟାକସିନ!

ଭୁବନେଶ୍ୱର : ଫେବୃଆରୀ ୨୦୨୧ ବେଳକୁ କରୋନା ଭ୍ୟାକସିନ ଉପଲବ୍ଧ ହୋଇପାରେ । ଏନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ପଶୁଠାରେ ଭ୍ୟାକସିନ ଟ୍ରାଏଲ ସଫଳ ହେବା ପରେ ମଣିଷ ଉପରେ ପରୀକ୍ଷଣ କରାଯିବ । ଏବେ ଫାଷ୍ଟ ଟ୍ରାଏଲ ଚାଲିଛି । ସଫଳ ହେବା ପରେ ସେକେଣ୍ଡ ଟ୍ରାଏଲ କରାଯିବ ।
ତେବେ ଯଦି ଏଥିରେ ସଫଳତା ମିଳିବ ତେବେ ଡିସେମ୍ବର , ଜାନୁଆରୀ , ଫେବୃଆରୀ ବଳେକୁ ବଜାରରେ କରୋନା ଭୂତାଣୁ ପାଇଁ ଟିକା ମିଳିଯିବ ।
ଗଞ୍ଜାମରେ ସ୍ଥିତି ଉଦ୍‌ବେଗ ରହିଛି । ସ୍ଥିତିକୁ ଆୟତ୍ତ କରିବା ପାଇଁ ସରକାର ବହୁତ ପଦକ୍ଷେପ ନେଉଛନ୍ତି । ପ୍ରାୟ ୯୨% ଗାଁରେ କରୋନା ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ଯେଉଁମାନେ ପଜିଟିଭ ବାହରୁଛନ୍ତି , ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ତେଣୁ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଥିବା କଥାକୁ ଗୋଷ୍ଠୀ ସଂକ୍ରମଣ କୁହାଯିବ ନାହିଁ ବୋଲି ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି । ଏବେ ଦେଶରେ ଆଇଏଲଏସ ସହ ୬ଟି ସଂସ୍ଥାକୁ ଆଣ୍ଟିଭାଇରସ ଟେଷ୍ଟ ପାଇଁ କୁହାଯାଇଛି । ଅଗଷ୍ଟରୁ ଏହି ଟେଷ୍ଟ ଆରମ୍ଭ ହେବ ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ।
ରାଜ୍ୟରେ କରୋନାର ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି । ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଥମିବାର ନାଁ ନେଉନି । ତେବେ ଏହି ରୋଗକୁ କାବୁ କରିବା ପାଇଁ ସ୍ୱଦେଶୀ ଜ୍ଞାନ କୌଶଳକୁ ବ୍ୟବହାର କରି ଟୀକା ବାହାର କରାଯାଇଛି । ଏହି ଟୀକାର ନାମ ରହିଛି କୋଭ୍ୟାକ୍ସିନ । ଆସନ୍ତା ବୁଧବାରଠାରୁ ରାଜ୍ୟରେ ଆରମ୍ଭ ହେବ କୋଭାକ୍ସିନର ମାନବ ପରୀକ୍ଷଣ । ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଏହି ଭାକ୍ସିନର ହ୍ୟୁମାନ ଟ୍ରାଏଲ କରାଯିବ । ଏନେଇ ଡିପାର୍ଟମେଣ୍ଟ ଅଫ୍ କମ୍ୟୁନିଟି ମେଡ଼ିସିନ୍ ଲ୍ୟାବ ଉଦ୍ଘାଟିତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking