28.9 C
Bhubaneswar
Sunday, May 5, 2024
Homeଓଡିଶାଆଜି ରାଜ୍ୟରେ ୫୩୯କରୋନା ପଜିଟିଭ୍ ଚିହ୍ନଟ : ଜାଣନ୍ତୁ କେଉଁଠୁ କେତେ

ଆଜି ରାଜ୍ୟରେ ୫୩୯କରୋନା ପଜିଟିଭ୍ ଚିହ୍ନଟ : ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ଆଜି କରୋନା ସଂକ୍ରମଣ ୭ ଶହ ଟପିଯାଇଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ ସଂକ୍ରମଣ ରାଜଧାନୀରୁ ଭୁବନେଶ୍ୱରରୁ ମିଳୁଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ଉ ପରେ ବି ସଂକ୍ରମଣ କମୁନାହିଁ ।

ତେବେ ଲୋକମାନେ ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱରକୁ ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ମତ ଦେଉଛନ୍ତି । ଆଜି ୫୩୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୧୬ ଓ ସ୍ଥାନୀୟ ଅଞ୍ଚଳରୁ ୨୨୩ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୭୭ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନୁଗୁଳରୁ ୬, ବାଲେଶ୍ୱରରୁ ୨୩, ବରଗଡ଼ରୁ ୨, ଭଦ୍ରକରୁ ୧୨, କଟକରୁ ୪୮, ଦେବଗଡ଼ରୁ ୪, ଢେଙ୍କାନାଳରୁ ୪, ଗଞ୍ଜାମରୁ ୧, ଜଗତସିଂହପୁରରୁ ୩୧, ଯାଜପୁରରୁ ୧୭, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କୋରାପୁଟରୁ ୩, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୧୩, ନୟାଗଡ଼ରୁ ୫, ପୁରୀରୁ ୧୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୨, ସୋନପୁରରୁ ୫ ଓ ଷ୍ଟେଟପୁଲରୁ ୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୩ ହଜାର ୧୩୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୯ ହଜାର ୮୮ ରହିଥିବା ବେଳେ ୫ ହଜାର ୮୨୯ ଜଣ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking