30.1 C
Bhubaneswar
Thursday, April 25, 2024
Homeଅପରାଧସୁପର୍‌ମାର୍କେଟ୍‌ରେ ଗୁଳିକାଣ୍ଡ ୧ ମୃତ, ୧୨ଜଣ ଆହତ

ସୁପର୍‌ମାର୍କେଟ୍‌ରେ ଗୁଳିକାଣ୍ଡ ୧ ମୃତ, ୧୨ଜଣ ଆହତ

ଟେନସି : ଆଜି ଟେନସି ସୁପରମାର୍କେଟ୍‌ରେ ଜଣେ ବନ୍ଧୁକଧାରୀ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ଅନ୍ୟ ୧୨ଜଣଙ୍କୁ ଆହତ କରିବା ପରେ ଆତ୍ମହତ୍ୟା କରିଥିବା କଥା ପୁଲିସ କହିଛି। ଗୁଳିକାଣ୍ଡ ଯୋଗୁଁ ଅଧିକାଂଶ କ୍ରେତା ଓ ସୁପର୍‌ମାର୍କେଟ୍‌ର କର୍ମଚାରୀମାନେ ଆତଙ୍କିତ ହୋଇ କରିଡର୍‌ ବାଟ ଦେଇ ଖସି ପଳାଇବାକୁ ଉଦ୍ୟମ କରିଥିବା ବେଳେ ଅନ୍ୟ କେତେଜଣ ଷ୍ଟୋର୍‌ ଫ୍ରିଜର୍‌ ମଧ୍ୟରେ ଆଶ୍ରୟ ନେଇଥିଲେ। କଲ୍ୟୁଭିଲ୍‌ ଉପନଗରୀ ମେମ୍‌ଫିସ୍‌ସ୍ଥିତ ‘କ୍ରୋଗର୍‌ ଗ୍ରସରି’ରେ ସଙ୍ଗଠିତ ଏହି ଗୁଳିକାଣ୍ଡରେ ଆହତ ହୋଇଥିବା ୧୨ଜଣଙ୍କ ମଧ୍ୟରୁ ଜଣେ ଶଲ୍ୟ ଚିକିତ୍ସା ବିଭାଗ ଏବଂ ଅନ୍ୟ ଜଣେ ‘ଇଣ୍ଟେନ୍‌ସିଭ୍‌ କେୟାର୍‌’ରେ ଅଛନ୍ତି। ଆହତ ୧୨ଜଣଙ୍କ ବ୍ୟତୀତ ଭୀତସ୍ତ୍ରସ୍ତ ହୋଇଯାଇଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କର ମଧ୍ୟ ଚିକିତ୍ସା ଚାଲିଛି। ଠିକ୍‌ ଗୁଳିକାଣ୍ଡ ପରେ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚଥିଲା। ଗୁଳି ଚଳାଇଥିବା ବ୍ୟକ୍ତିଜଣକ ଉକ୍ତ ସୁପର୍‌ମାର୍କେଟ୍‌ରେ କାମ କରୁଥିଲେ। କୌଣସି କାରଣରୁ ଗତକାଲି ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା। ଗୁଳିକାଣ୍ଡ ସମୟରେ ସୁପର୍‌ମାର୍କେଟ୍‌ରେ ୪୪ଜଣ କର୍ମଚାରୀ ଏବଂ ଅଗଣିତ ଗ୍ରାହକ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking