27.1 C
Bhubaneswar
Wednesday, May 8, 2024
Homeଓଡିଶାରାଜ୍ୟରେ ହଜାରେ ତଳକୁ ଖସୁନାହିଁ ଦୈନିକ ସଂକ୍ରମଣ : ଆଜି ୧୧୯୩ ପଜିଟିଭ୍ ଚିହ୍ନଟ ,...

ରାଜ୍ୟରେ ହଜାରେ ତଳକୁ ଖସୁନାହିଁ ଦୈନିକ ସଂକ୍ରମଣ : ଆଜି ୧୧୯୩ ପଜିଟିଭ୍ ଚିହ୍ନଟ , ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ହେଁ ଏବେ ବି ଆଶଙ୍କା ହଟିନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ପରିସ୍ଥିତିକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତାଗିଦ୍ କରାଯାଇଛି । ପୂର୍ବରୁ କିଛିଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିବା ପରେ ତଳକୁ ଖସିଥିଲା । ଦୀର୍ଘ ୪ ମାସ ପରେ ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ହଜାରେ ତଳକୁ ଖସିବା ପରେ ପରେ ଚାରିଦିନ ହେଲା ପୁଣି ହଜାରେ ଟପିଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି ।

ଏହା ମଧ୍ୟରେ ଆଜି ୧୧୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୯୫ ଓ ସ୍ଥାନୀୟ ଅଞ୍ଚଳରୁ ୪୯୮ ଜଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୨୫ ଜଣ ଥିବା ବେଳେ, କଟକରୁ ୧୬୧ ଓ ସେହିପରି ବାଲେଶ୍ବରରୁ ୬୯ ଜଣ ଥିବା ବେଳେ, ଜଗତସିଂହପୁରରୁ ୫୬, ଯାଜପୁରରୁ ୫୦, ଅନୁଗୁଳରୁ ୪୯, ନୟାଗଡ଼ରୁ ୩୯, ପୁରୀରୁ ୩୪, ଢେଙ୍କାନାଳରୁ ୩୧, କେନ୍ଦ୍ରାପଡ଼ାରୁ ୨୯, ମୟୂରଭଞ୍ଜରୁ ୨୨, କେନ୍ଦୁଝରରୁ ୨୦, ଭଦ୍ରକରୁ ୧୫ ଜଣ ଆକ୍ରାନ୍ତ ଅଛନ୍ତି । ସେହିପରି ଗଞ୍ଜାମରୁ ୧୩ ଜଣ ଥିବା ବେଳେ, ସମ୍ବଲପୁରରୁ ୧୧, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ରୁ ୧୦ ଜଣ ଲେଖାଏଁ, ବଲାଙ୍ଗୀର ଓ ରାୟଗଡ଼ାରୁ ୯ ଜଣ ଲେଖାଏଁ, ଦେବଗଡ଼ରୁ ୫, କନ୍ଧମାଳ, କୋରାପୁଟରୁ ୪ ଜଣ ଲେଖାଏଁ, ମାଲକାନଗିରି ଓ ବୌଦ୍ଧରୁ ୩ ଜଣ ଲେଖାଏଁ, ଗଜପତି, ନବରଙ୍ଗପୁର ଓ ନୂଆପଡ଼ାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ୍ ପୁଲରୁ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୨ ହଜାର ୩୭୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୭୪ ହଜାର ୭୫୬ ରହିଥିବା ବେଳେ ୧୦ ହଜାର ୮୦୯ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking