32.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟରୁ ଆଜି ରେକର୍ଡ଼ ସଂଖ୍ୟକ ୫୭୭ଟି କରୋନା ପଜିଟିଭ ଚିହ୍ନଟ : ସଂଖ୍ୟା ଛୁଇଁଲା ୧୧୨୦୧କୁ

ରାଜ୍ୟରୁ ଆଜି ରେକର୍ଡ଼ ସଂଖ୍ୟକ ୫୭୭ଟି କରୋନା ପଜିଟିଭ ଚିହ୍ନଟ : ସଂଖ୍ୟା ଛୁଇଁଲା ୧୧୨୦୧କୁ

ଭୁବନେଶ୍ୱର : ଆଜି ରାଜ୍ୟରୁ  ୨୨ ଜିଲ୍ଲାରୁ ୫୭୭ ଜଣ ଚିହ୍ନଟ ହୋଇଛନ୍ତି ।ସର୍ବାଧିକ ୫୭୭ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ହୋଇଥିବା ୫୭୭ ଟି କେସ୍ ମଧ୍ୟରୁ ୪୧୬ଟି କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୧୬୧ ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଆଜି ଚିହ୍ନଟ ହୋଇଥିବା ପଜିଟିଭ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୧୧୨୦୧ଟି କେସ୍ ଚିହ୍ନଟ ହୋଇଛି । ୭୦୦୬ ଜଣ ସୁସ୍ଥ ହୋଇଥିବା ବେଳେ ୪୧୨୮ଟି ଆକ୍ଟିଭ କେସ୍ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ମିଳିଛି ।
ସବୁଦିନ ପରି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲା କରୋନାରେ ରେକର୍ଡ଼ ସୃଷ୍ଟି କରିଛି । ଜିଲ୍ଲାରୁ ଆଜି ୨୬୦ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛି । ଆଜି ଅନୁଗୁଳରୁ ୭ ଜଣ , ବାଲେଶ୍ୱରରୁ ୩୦ ଜଣ , ଭଦ୍ରକରୁ ୨ଜଣ , ବୌଦ୍ଧରୁ ୫ ଜଣ , କଟକରୁ ୧୪ ଜଣ , ଢେଙ୍କାନାଳରୁ ୪ ଜଣ , ଗଜପତିରୁ ୧୭ ଜଣ, ଜଗତସିଂହପୁରରୁ ୭ ଜଣ , ଯାଜପୁରରୁ୯ ଜଣ , ଝାରସୁଗୁଡ଼ା , କନ୍ଧମାଳ , ମାଲକାନଗିରି , ନୟାଗଡ଼ ରୁ ଜଣେ ଲେଖାଏଁ , କେନ୍ଦ୍ରାପଡ଼ାରୁ ୩ ଜଣ, କେନ୍ଦୁଝରରୁ ୪୮ ଜଣ , ଖୋର୍ଦ୍ଧାରୁ ୫୬ ଜଣ , କୋରାପୁଟରୁ ୬ ଜଣ , ମୟୁରଭଞ୍ଜରୁ ୧୪ ଜଣ , ପୁରୀରୁ ୫ ଜଣ , ସମ୍ବଲପୁରରୁ ୩ଜଣ , ସୁନ୍ଦରଗଡ଼ରୁ ୮୩ଜଣ ଚିହ୍ନଟ ହୋଇଛନ୍ତି ।
ଏବେ ରାଜ୍ୟରେ ୧୧୨୦୧ଟି ମୋଟ କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୫୨ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ୭୦୦୬ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୪୧୨୮ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking