40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୧ହଜାର ଟପିଲା

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୧ହଜାର ଟପିଲା

ନୂଆଦିଲ୍ଲୀ : ଥମିବାର ନାଁ ନେଉନାହିଁ ମହାମାରୀ କରୋନା । ଦିନକୁ ଦିନ ଏହା ମାରାତ୍ମକ ହେବା ସହ ହଜାର ହଜାର ମୁଣ୍ଡ ନେଲାଣି । ସାରା ବିଶ୍ୱରେ କରୋନା ଆତଙ୍କ ରଚାଇ ଥିବା ବେଳେ ଭାରତରେ ମଧ୍ୟ କାୟା ବିସ୍ତାର କରିସାରିଲାଣି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୧ହଜାର ୧୨୯କୁ ବୃଦ୍ଧିପାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୬୭ହଜାର ୨୯୬କୁ ବୃଦ୍ଧି । ୨୪ ଘଣ୍ଟାରେ ସର୍ବାଧିକ ୨୪ହଜାର ୮୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୮୭ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି। ବତ୍ତର୍ମାନ ଦେଶରେ ୨ଲକ୍ଷ ୬୯ହଜାର ୭୮୯ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୪ଲକ୍ଷ ୭୬ହଜାର ୩୭୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୨ଲକ୍ଷ ୨୩ହଜାର ୭୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯, ୪୪୮ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରାଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking