28.1 C
Bhubaneswar
Thursday, March 28, 2024
Homeଓଡିଶାକରୋନା ନେଲା ଆଉ ୪ ଜୀବନ : ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି

କରୋନା ନେଲା ଆଉ ୪ ଜୀବନ : ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି

ଭୁବନେଶ୍ୱର : ଆଜି ପୁଣି ଆଉ ୪ ମୁଣ୍ଡ ନେଲା କରୋନା । ଦିନକୁ ଦିନ ଘାତକ ସାଜିଛି ମହାମାରୀ କରୋନା । ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ରାଜ୍ୟରେ ଆଜିର ମୃତ୍ୟୁକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।
ଆଜି ମୃତ୍ୟୁବରଣ କରିଥିବା ୪ ଜଣଙ୍କ ମଧ୍ୟୁ ୩ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ସେଥିମଧ୍ୟରୁ ଜଣେ ୬୫ବର୍ଷୀୟ ମହିଳା ମଧୁମେହ ଓ ଉଚ୍ଚ ରକ୍ତଚାପଜନିତ ରୋଗରେ ପିଡ଼ୀତ ଥିଲେ । ଜଣେ ୫୮ବର୍ଷୀୟ ପୁରୁଷ ଯକ୍ଷ୍ମା ରୋଗରେ ପିଡ଼ୀତ ଥିଲେ । ଅନ୍ୟ ଜଣେ ୬୩ ବର୍ଷୀୟ ପୁରୁଷ ମଧୁମେହରେ ପିଡ଼ୀତ ଥିଲେ । ତେବେ ଆଜିର ମୃତ୍ୟୁ ସଂଖ୍ୟାକୁୁ ମିଶାଇ ଜିଲ୍ଲାରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି ।
ସେହିପରି ଆଜି ଭଦ୍ରକରେ ପ୍ରଥମ କରୋନା ମୃତ୍ୟୁ ହୋଇଛି । ଜିଲ୍ଲାରୁ ଜଣେ ୫୮ ବର୍ଷୀୟ ପୁରୁଷ ମଧ୍ୟ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ସେ ପୂର୍ବରୁ ମଧୁମେହ ଓ କିଡ଼ନୀ ରୋଗରେ ପିଡ଼ୀତ ଥିଲେ ।
ଆଜି ରାଜ୍ୟରୁ ସର୍ବାଧିକ ୫୭୭ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ହୋଇଥିବା ୫୭୭ ଟି କେସ୍ ମଧ୍ୟରୁ ୪୧୬ଟି କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୧୬୧ ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଆଜି ଚିହ୍ନଟ ହୋଇଥିବା ପଜିଟିଭ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୧୧୨୦୧ଟି କେସ୍ ଚିହ୍ନଟ ହୋଇଛି । ୭୦୦୬ ଜଣ ସୁସ୍ଥ ହୋଇଥିବା ବେଳେ ୪୧୨୮ଟି ଆକ୍ଟିଭ କେସ୍ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking