29.1 C
Bhubaneswar
Sunday, May 5, 2024
Homeକରୋନାଆଇସିଏମ୍‌ଆର୍‌ର ଦାବି : ୩ ସପ୍ତାହରେ ଆସିବ ତୃତୀୟ ଲହର

ଆଇସିଏମ୍‌ଆର୍‌ର ଦାବି : ୩ ସପ୍ତାହରେ ଆସିବ ତୃତୀୟ ଲହର

ନୂଆଦିଲ୍ଲୀ : ଦେଶରେ କରୋନାର ତୃତୀୟ ଲହରକୁ ନେଇ ଦୁଇ ବୃହତ୍ ସଂସ୍ଥାର ବୈଜ୍ଞାନିକମାନଙ୍କ ତଥ୍ୟରେ ବିରୋଧାଭାସ ଦେଖାଯାଇଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ପ୍ରମୁଖ ବୈଜ୍ଞାନିକ ସମୀର ପାଣ୍ଡା କହିଛନ୍ତି ଯେ ଆଗାମୀ ତିନି ସପ୍ତାହ ମଧ୍ୟରେ ଅର୍ଥାତ୍ ଅଗଷ୍ଟ ଶେଷ ସୁଦ୍ଧା  ଦେଶରେ କରୋନାର ତୃତୀୟ ଲହର ଦେଖାଯିବ । ଦୈନିକ ୧ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ଆସିବ । ଯଦି ଭାଇରସ୍‌ର ସ୍ୱରୁପ ବଦଳେ ତା’ହେଲେ ଅବସ୍ଥା ଆହୁରି ଖରାପ ହେବ ବୋଲି ସେ କହିଛନ୍ତି । କମ୍ ଟିକାକରଣ ତଥା କଟକଣାରେ କୋହଳ ଯୋଗୁଁ ଦେଶରେ କରୋନା ମାମଲା ଅତ୍ୟଧିକ ଭାବେ ବୃଦ୍ଧିପାଇବ । ତୃତୀୟ ଲହରର ସମ୍ଭାବ୍ୟ ବିପଦର ଆକଳନ କରିବା ପାଇଁ ଆଇସିଏମ୍‌ଆର୍ ତଥା ଇମ୍ପରିୟାଲ୍ କଲେଜ୍ ଲଣ୍ଡନ୍ ଏକ ଗାଣିତିକ ମଡେଲ୍‌ର ସେ ଉପଯୋଗ କରିଛନ୍ତି । ବିବାହ ଆଦି ସାମାଜିକ ଆୟୋଜନକୁ ଅନୁମତି ନଦେବା ପାଇଁ ଶ୍ରୀ ପଣ୍ଡା ପରାମର୍ଶ ଦେଇଛନ୍ତିି ।

ଏହାବ୍ୟତୀତ ମାସ୍କ ଓ ସାନିଟାଇଜର୍ ର ବ୍ୟବହାର, ଆବଶ୍ୟକ ନଥିଲେ ବାହାରେ ନବୁଲିବା ଓ ଅଧିକରୁ ଅଧିକ ଟିକାକରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।  ଅପରପକ୍ଷରେ ଆଇଆଇଟି କାନ୍‌ପୁରର ଅଧ୍ୟାପକ ମଣିନ୍ଦ୍ର ଅଗ୍ରୱାଲ୍ ବିପରୀତ ବୟାନ୍ ଦେଇଛନ୍ତି । ସେ ତୃତୀୟ ଲହର ଭୟଙ୍କର ହେବାର ଆଶଙ୍କାକୁ ଖାରଜ କରିଛନ୍ତି । ଭାରତ ହାର୍ଡ ଇମ୍ୟୁନିଟିର ଦ୍ୱାରଦେଶରେ ରହିଛି । ସେଥିପାଇଁ କୌଣସି ମତେ ଡରିବାର ଆବଶ୍ୟକ ନାହିଁ । ଯଦିି ବି ତୃତୀୟ ଲହର ଆସେ, ତା’ହେଲେ ଏହା ଦ୍ୱିତୀୟ ଲହର ପରି ଭୟାନକ ହେବନାହିଁ ବୋଲି ସେ କହିଛନ୍ତି । ଅଗ୍ରୱାଲ୍ ମଧ୍ୟ ମ୍ୟାଥମେଟିକାଲ୍ ମଡେଲ୍ ‘ସୂତ୍ର’ର ଆଧାରରେ ଏହି ବିଶ୍ଳେଷଣ କରିଛନ୍ତି ।

କରୋନାର ମୁକାବିଲା ପାଇଁ ଭାରତୀୟମାନଙ୍କ ଇମ୍ୟୁନିଟି ଅନ୍ୟ ଦେଶ ତୁଳନାରେ ଅଧିକ । କରୋନାର ଡେଲ୍‌ଟା ଭାଇରାଣ୍ଟ୍ ବିରୋଧରେ ଲଢ଼ିବାକୁ ଆବଶ୍ୟକୀୟ ୬୫% ଇମ୍ୟୁନିଟି ଭାରତୀୟମାନେ ହାସଲ କରିସାରିଛନ୍ତି । ଆଗାମୀ କିଛିମାସ ମଧ୍ୟରେ ଇମ୍ୟୁନିଟି ସ୍ତର ୭୫% ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି ସେ କହିଛନ୍ତି । ଭାରତରେ ଦ୍ୱିତୀୟ ଲହରର ପ୍ରକୋପ ସମୟରେ ମଧ୍ୟ ଡେଲ୍‌ଟା ଭାଇରାଣ୍ଟ ଦେଶରେ ମହଜୁଦ୍ ଥିଲା । ଏଥିପାଇଁ ଭାରତୀୟଙ୍କ ଉପରେ ଏହା ଅଧିକ ପ୍ରଭାବୀ ହେବନାହିଁ ବୋଲି ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking