32.1 C
Bhubaneswar
Saturday, May 4, 2024
Homeଓଡିଶାକରୋନା କଟକଣା କଡାକଡି କଲେ ରାଜ୍ୟ ସରକାର ; ବିବାହ କାର୍ଯ୍ୟରେ ୫୦୦ ବଦଳରେ ଯୋଗ...

କରୋନା କଟକଣା କଡାକଡି କଲେ ରାଜ୍ୟ ସରକାର ; ବିବାହ କାର୍ଯ୍ୟରେ ୫୦୦ ବଦଳରେ ଯୋଗ ଦେବେ ୨୦୦ ଅତିଥି

ଭୁବନେଶ୍ୱର: କରୋନା କଟକଣା କଡାକଡି କରିଛନ୍ତି ରାଜ୍ୟ ସରକାର । ନୂଆ କଟକଣା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିପାଇଁ ସରକାରଙ୍କ ତରଫରୁ ଗାଇଡଲାଇନ ଜାରି ହୋଇଛି । ଗାଇଡଲାଇନ ଅନୁସାରେ,
ବାହାଘର ଭଳି ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପୂର୍ବରୁ ସର୍ବାଧିକ ସଂଖ୍ୟା ୫ ଶହ ଥିଲା । ଏବେ ଏହା ୨ ଶହକୁ ହ୍ରାସ ପାଇଛି ।
ଦଶାହ, ଶୁଦ୍ଧିକ୍ରିୟାରେ ଏଣିକି ୫ ଶହ ଜାଗାରେ ୫୦ ଜଣଙ୍କୁ ଅନୁମତି ମିଳିବ ।
ବାହାଘର, ଶୁଦ୍ଧିକାର୍ଯ୍ୟରେ ମାସ୍କ ପରିଧାନ କଡାକଡି କରାଯିବ
ଅତିଥି ମାସ୍କ ପରିଧାନ କରିଛନ୍ତି କି ନାହିଁ, ପ୍ରବେଶ ପଥରେ ଯାଂଚ ହେବ ।
ଯଦି କୌଣସି ଅତିଥି ମାସ୍କ ପିନ୍ଧିନଥିବେ, ଆୟୋଜକ ଯୋଗାଇବେ ।
ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ।
ନୂଆ କଟକଣା ମାର୍ଚ୍ଚ ୨୬ରୁ ଲାଗୁ ହେବା ନେଇ ଘୋଷଣା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking