40.1 C
Bhubaneswar
Thursday, April 25, 2024
Homeଲାଇଫ୍ ଷ୍ଟାଇଲ୍ପ୍ରତିଦିନ ଖାଆନ୍ତୁ କିସମିସ ,ମିଳିବ ଏହି ସବୁ ଫାଇଦା

ପ୍ରତିଦିନ ଖାଆନ୍ତୁ କିସମିସ ,ମିଳିବ ଏହି ସବୁ ଫାଇଦା

ଭୁବନେଶ୍ୱର : କିସମିସ ଖାଇବା ଶରୀର ପାଇଁ ଲାଭଦାୟକ ଅଟେ । ଏହାକୁ ଆୟୂର୍ବେଦ ଔଷଧ ମଧ୍ୟ କୁହାଯାଏ । ପ୍ରତିଦିନ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ୪ରୁ ୫ଟି କିସମିସ ଖାଇବା ଦ୍ୱାରା ଶରୀର ଅନେକ ରାଗରୁ ମୁକ୍ତି ମିଳିଥାଏ । ଆସନ୍ତୁ ଜାଣିବା କିସମିସ ଖାଇବା ଦ୍ୱାରା ଶରୀରକୁ କ’ଣ ଲାଭ ମିଳିଥାଏ …

କିସମିସ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ଭାବେ ହାଇଥାଏ । ଯାହାଫଳରେ ମୁହଁର ଚମକ ବୃଦ୍ଧି ପାଇଥାଏ ।

କିସମିସରେ ଫାଇବର ଅଂଶ ଥିବାରୁ ଏହା ପାଚନ କ୍ରିୟା ମଧ୍ୟ ଠିକ ଭାବେ କରାଇଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ଥଣ୍ଡା-କାଶରୁ ମଧ୍ୟ ମୁକ୍ତି ମିଳିଥାଏ ।

କିସମିସରେ କ୍ୟାଲସିୟମ ଥିବାରୁ ଶରୀରରେ ସୃଷ୍ଟି ହେଉଥିବା ଅନେକ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ ବାଲି ଜଣାପଡ଼ିଛି । ଏହା ରକ୍ତର ଅଭାବ ସହ ନିୟମିତ ଖାଇଲେ କେଶ ଝଡିବା ପରି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

କିସମିସରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି । ଏହା କ୍ୟାନ୍ସର ପରି ସମସ୍ୟାରୁ ରକ୍ଷା କରିଥାଏ । ଏହାକୁ ସେବନ କରିବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହାଇଥାଏ । କିସମିସକୁ ଆପଣ ରାତିରେ ପାଣିରେ ଭିଜାଇ, ମହୁ ସହ ବା କ୍ଷୀରରେ ଫୁଟାଇ ଇତ୍ୟାଦି ଉପାୟରେ ଖାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking