29.1 C
Bhubaneswar
Wednesday, May 8, 2024
Homeକରୋନା ଓଡିଶା୯ ଜଣ ବନ୍ଦୀ କରୋନା ଆକ୍ରାନ୍ତ ଚିହ୍ନଟ

୯ ଜଣ ବନ୍ଦୀ କରୋନା ଆକ୍ରାନ୍ତ ଚିହ୍ନଟ

  • କେନ୍ଦୁଝର:  ଜିଲ୍ଲାର କାରାଗାରରେ ବିଭିନ୍ନ ମାମଲାରେ ଗିରଫ ହୋଇ ବିଚାରାଧୀନ ଥିବା ବନ୍ଦୀ ଓ ଦଣ୍ଡ ଭୋଗୁଥିବା ବନ୍ଦୀଙ୍କୁ ମିଶାଇ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କାରାଗାର କାରାପାଳ ଅମୀୟ କୁମାର ବେହେରା କହିଛନ୍ତି। କରୋନା ଦିତୀୟ ପର୍ଯ୍ୟାୟରେ ପ୍ରଥମଥର ପାଇଁ ଜିଲା କାରାଗାରରେ ମଙ୍ଗଳବାର ୯ଜଣ ବନ୍ଦୀ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସମସ୍ତ ଆକ୍ରାନ୍ତଙ୍କୁ ସ୍ବତନ୍ତ୍ର କୋଠରୀରେ ରଖାଯାଇଥିବା ବେଳେ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଅବଶିଷ୍ଟ ୨୧ଜଣଙ୍କୁ ଅନ୍ୟ ଏକ ସ୍ଵତନ୍ତ୍ର କୋଠରୀରେ ସଙ୍ଗରୋଧ ରଖାଯାଇଥିବା କାରାପାଳ ଶ୍ରୀ ବେହେରା କହିଛନ୍ତି । କରୋନା ସଂକ୍ରମଣ ବୃଦ୍ଧିକୁ ଆଖୀଆଗରେ ରଖୀ ସରକାର କେତେକ ବନ୍ଦୀଙ୍କୁ କାରାମୁକ୍ତିରେ ଯିବା ପାଇଁ ଆଦେଶ କରିଥିବା ବେଳେ ଜିଲ୍ଲା କାରାଗାରରୁ ୩୬ଜଣ ବନ୍ଦୀ ୯୦ଦିନ ପାଇଁ ସସର୍ତ୍ତ (ପ୍ୟାରୋଲ) କାରାମୁକ୍ତିରେ ଯିବାପାଇଁ ବିଭାଗୀୟ ଅନୁମତି ମିଳିସାରିଛି । ତେବେ ଏହି କାରାବକାଶରେ ଯିବାକୁ ଥିବା ଏହି ସମସ୍ତ ବନ୍ଦୀଙ୍କ ପରିବାରବର୍ଗଙ୍କୁ କାରାଗାର ପକ୍ଷରୁ ସୂଚନା ଦିଆଯିବା ପରେ ପରିବାର ସଦସ୍ୟ ଆଇନାନୁଯାୟୀ ସମସ୍ତ ସର୍ତ୍ତ ପୂରଣ କରି ସେମାନଙ୍କ ସମ୍ପର୍କୀୟଙ୍କୁ କାରାବକାଶରେ ନେଇ ପାରିବେ ବୋଲି କାରାପାଳ ଶ୍ରୀ ବେହେରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking