31.1 C
Bhubaneswar
Tuesday, April 23, 2024
Homeଅପରାଧ*ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ*

*ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ*

ରାୟଗଡ଼ା:  ଜିଲ୍ଲାର ପଦ୍ମପୁର ଥାନା ଅନ୍ତଗର୍ତ ନାରାୟଣପୁର ଠାରେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମହିଳାଙ୍କ ନାମ ଗାୟତ୍ରୀ ବେହେରା(୨୪) ପିତା ନିରଞ୍ଜନ ବେହେରା ମହିଳାଙ୍କ ନିଜ ଘର ପାଙ୍ଗଣାପଦର ହୋଇଥିବା ବେଳେ ୨୦୧୬ ମସିହାରେ ନାରାୟଣପୁରର ଭାସ୍କର ସାହୁଙ୍କ ପୁଅ ପିଣ୍ଟୁ ସାହୁଙ୍କୁ ବିବାହ କରିଥିଲେ। କିଛି ବର୍ଷ ବ୍ୟବଧାନରେ ପରେ ପାରିବାରିକ ଅଶାନ୍ତି ସହ ଯୌତୁକ ନିର୍ଯ୍ୟାତନା ଲାଗିରହିଥିଲା। ମୃତ୍ୟୁ ଘଟିବା ପୂର୍ବଦିନ ଶାଶୁ ପ୍ରମିଳା ସାହୁ ଓ ବୋହୂ ଗାୟତ୍ରୀ ବେହେରା ମଧ୍ୟରେ ପାରିବାରିକ କୋଳ ଲାଗିରହିଥିଲା। ଗାୟତ୍ରୀ ଏହାକୁ ସହ୍ୟ ନ କରିପାରି କୀଟନାଶକ ଔଷଧ ଖାଇ ଦେଇଥିଲେ ଘଟଣା ସ୍ଥଳରେ ଗାୟତ୍ରୀ ଗୁରୁତର ହୋଇଯାଇଥିଲେ, ଗୁରୁତର ମହିଳାକୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଗୁଣୁପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ କିଛି ସମୟ ଭିତରେ ନେଇଥିଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡ଼ାକ୍ତର କହିଥିଲେ। ଏନେଇ ବିବାହ ମହିଳାଙ୍କ ପରିବାର କତୃପକ୍ଷ ଶାଶୁ, ଶଶୁର ତାଙ୍କ ପରିବାର ବିରୋଧରେ ପଦ୍ମପୁର ଥାନାରେ ଯୌତୁକ ନିର୍ଯତନା ଦେଇ ମାରିଦେଇଥିବା ଅଭିଯୋଗ କରିଛନ୍ତି। ପୋଲିସ ଏ ନେଇ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking