39.1 C
Bhubaneswar
Friday, April 26, 2024
Homeଅପରାଧକନେଷ୍ଟବଳଙ୍କୁ ଗୁଳିକରି ହତ୍ୟା

କନେଷ୍ଟବଳଙ୍କୁ ଗୁଳିକରି ହତ୍ୟା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ଗୁଳିକାଣ୍ଡ । ଗୁଳିମାଡରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତାଙ୍କ ନାମ ରାମଚନ୍ଦ୍ର ସାହୁ । ସେ ଆଇଆରବିର ଜଣେ କନେଷ୍ଟବଳ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଚାଉଳିଆ ଗାଁରେ ଏହି ଗୁଳିକାଣ୍ଡ ଘଟଣା ଘଟିଥିଲା । ଏହି ଗୁଳିକାଣ୍ଡରେ ସେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ କନେଷ୍ଟବଳ ଜଣକ ହେଉଛନ୍ତି ରାମଚନ୍ଦ୍ର ସାହୁ। ଗତ ହୋଲିଖେଳ ଦିନ ଗାଁ ସଭାପତିଙ୍କ ସହ ଝଗଡ଼ାରୁ ଏହି ଗୁଳିକାଣ୍ଡ ଘଟିଛି ବୋଲି ସୂଚନା ମିଳିଛି। ପୂର୍ବ ରାଗରୁ ଗାଁ ସଭାପତି ତାଙ୍କୁ ଗୁଳିମାଡ କରିଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଗୁଳିକାଣ୍ଡ ପରେ ଅଭିଯୁକ୍ତ ଜଣକ ଫେରାର୍ ହୋଇଯାଇଛି। ତାଙ୍କୁ ଧରିବାକୁ ପୁଲିସ ଜୋରଦାର୍ ଉଦ୍ୟମ ଜାରି ରଖିଛି। ଗୁଳିକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking