27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଭାରତରେ କରୋନା ନେଲା ଦ୍ୱିତୀୟ ମୁଣ୍ଡ

ଭାରତରେ କରୋନା ନେଲା ଦ୍ୱିତୀୟ ମୁଣ୍ଡ

ନୂଆଦିଲ୍ଲୀ : କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଦିଲ୍ଲୀର ଜଣେ ମହିଳାଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ଭାରତରେ ଏହା ହେଉଛି ଦ୍ୱିତୀୟ ମୃତ୍ୟୁ ଘଟଣା। ଦିଲ୍ଲୀ ରାମମନୋହର ଲୋହିଆ ହସ୍ପିଟାଲରେ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ନିକଟରେ ଏହି ୬୮ ବର୍ଷୀୟ ମହିଳାଙ୍କ ପୁଅ ଇଉରୋପରୁ ଫେରିଥିଲେ। ତାଙ୍କ ଦେହରେ କରୋନାଭାଇରସ୍ ସଂକ୍ରମଣ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା । ଦିଲ୍ଲୀର ରାମ ମନୋହର ଲୋହିଆ ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଥିଲା।
ଏ ସଂକ୍ରାନ୍ତରେ ଗତ ବିଳମ୍ବିତ ରାତ୍ରୀରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ବିବୃତିରେ କହିଛି ଯେ ପଶ୍ଚିମ ଦିଲ୍ଲୀର ଜଣେ ୬୮ ବର୍ଷୀୟ ମହିଳାଙ୍କର ଡାଇବେଟିସ୍ ଏବଂ ହାଇପରଟେନସନ୍ କାରଣରୁ ମୃତ୍ୟୁ ଘଟିଛି। କିନ୍ତୁ, ସେ ‘କୋଭିଡ୍‌-୧୯’ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ମାର୍ଚ୍ଚ ୧୦ ତାରିଖ ଦିନ ଉତ୍ତର କର୍ଣ୍ଣାଟକର କାଲାବୁରାଗି ଠାରେ ‘କୋଭିଡ୍‌-୧୯’ ଲକ୍ଷଣ ଥିବା ଜଣେ ୭୬ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ ତାଙ୍କ ଠାରୁ ସଂଗ୍ରହ କରାଯାଇଥିବା ନମୁନାର ପରୀକ୍ଷା ଫଳ ବାହାରିବା ପରେ ସେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିଥିଲା। ସେ ସାଉଦି ଆରବ ଯାଇଥିଲେ ।କରୋନା ଆତଙ୍କ ବିଶ୍ୱରେ ଆତଙ୍କ ସୃଷ୍ଟି କଲାଣି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking