30.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗବର୍ଷିୟାନ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ପରଲୋକ

ବର୍ଷିୟାନ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ପରଲୋକ

ନୂଆଦିଲ୍ଲୀ: କୋଭିଡ ଜନିତ ସମସ୍ୟା ଯୋଗୁଁ କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ଭୋରାଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । କିଛି ଦିନ ପୂର୍ବରୁ ସେ ଦିଲ୍ଲୀର ଏସ୍କର୍ଟ ହସ୍ପିଟାଲରେ ୟୁରିନାରୀ ସଂକ୍ରମଣ ପାଇଁ ଭର୍ତ୍ତି ହୋଇଥିଲେ । ତାଙ୍କର ଲଙ୍ଗ ଇନଫେକ୍ସନ ମଧ୍ୟ ରହିଥିଲା । ଫଳରେ ସେ ଭେଣ୍ଟିଲେଟର ସପୋର୍ଟରେ ରହିଥିଲେ । ପରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସେ ଦିଲ୍ଲୀ ଏମସ ହସ୍ପିଟାଲରେ ଭର୍ତ୍ତି ହେଲେ । ମାତ୍ର ପରବର୍ତୀ ସମୟରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ମାର୍ଚ୍ଚ ୧୩, ୧୯୮୫ରେ ଭୋରା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। କେନ୍ଦ୍ର ସରକାରରେ ଯୋଗଦେବା ପାଇଁ ସେ ଫେବ୍ରୁଆରି ୧୩, ୧୯୮୮ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଶ୍ରୀ ଭୋରା ଚଳିତ ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ଛତିଶଗଡରୁ ରାଜ୍ୟସଭା ସଦସ୍ୟ ଥିଲେ। କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କ ଦ୍ୱାରା ନିକଟରେ କରା ଯାଇଥିବା ଦଳ ପୁନର୍ଗଠନରେ ତାଙ୍କୁ ଏଆଇସିସି ସାଧାରଣ ସମ୍ପାଦକ (ପ୍ରଶାସନ) ରୂପେ ତାଙ୍କୁ ନିଯୁକ୍ତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking