30.1 C
Bhubaneswar
Friday, April 26, 2024
Homeଓଡିଶାପ୍ରତ୍ୟେକ ବୁଥ୍‌ରେ କଂଗ୍ରେସ ସେବା ଦଳ କର୍ମୀଙ୍କୁ ନିଯୁକ୍ତି ଦିଆଯିବ - ଶରତ ପଟ୍ଟନାୟକ

ପ୍ରତ୍ୟେକ ବୁଥ୍‌ରେ କଂଗ୍ରେସ ସେବା ଦଳ କର୍ମୀଙ୍କୁ ନିଯୁକ୍ତି ଦିଆଯିବ – ଶରତ ପଟ୍ଟନାୟକ

*କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ ସେବାଦଳ କର୍ମକର୍ତା ସମ୍ମିଳନୀ ଅନୁଷ୍ଠିତ*ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ଦେବାଦଳ ପକ୍ଷରୁ ଆଜି ପୂର୍ବାହ୍ନରେ କଂଗ୍ରେସ ଭବନଠାରେ କଂଗ୍ରେସ ସେବାଦଳର ଜିଲ୍ଲା କର୍ମକର୍ତା ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଲେ ଯେ, କଂଗ୍ରେସ ସେବାଦଳର ଏକ ଗୌରବମୟ ଇତିହାସ ରହିଛି । ସେହି ଇତିହାସର ମୁକସାଖି ଭାବେ ଉପସ୍ଥିତ ସମସ୍ତ କଂଗ୍ରେସ ସେବାଦଳର କର୍ମକର୍ତାମାନେ ଆଗାମୀ ନିର୍ବାଚନରେ ନିଜ ନିଜ ଅଂଚଳରେ ଜଣେ ଜଣେ ସେନାପତିର ଭୂମିକା ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ । ଖୁବ୍‌ଶିଘ୍ର ପ୍ରତ୍ୟେକ ବ୍ଲକରୁ ଜଣେ ଜଣେ କର୍ମକର୍ତାଙ୍କୁ ନେଇ ଏକ ରାଜସ୍ତରୀୟ ଶିବିର ଅନୁଷ୍ଠିତ ହେବ । ରାଜ୍ୟର ପ୍ରତ୍ୟେକ ବୁଥ୍‌ରେ ଜଣେ ଜଣେ ସେବାଦଳ କର୍ମୀଙ୍କୁ ମନୋନିତ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିଷ୍ପତି ନେଇଛନ୍ତିି ।

ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦେଶ କଂଗ୍ରେସ କମିଟିର ପ୍ରଚାର କମିଟିର ଅଧ୍ୟକ୍ଷ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ କୁମାର ପଟ୍ଟନାୟକ କହିଲେ ଯେ, ପୂର୍ବଦିନ ମାନଙ୍କରେ କଂଗ୍ରେସ ସେବାଦଳର କାର୍ଯ୍ୟକ୍ରମକୁ ଯେଭଳି ଗୁରୁତ୍ୱ ଦିଆଯାଉଥିଲା, ଆଗାମୀ ଦିନରେ ସେହିଭଳି ଗୁରୁତ୍ୱ ଦିଆଯିବ ଓ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସଭାପତିତ୍ୱ ସମୟରେ ଯେଭଳି ଭାବରେ ସେବାଦଳର କର୍ମୀମାନେ ସାଇକେଲରେ ସାରା ଓଡ଼ିଶାର ୧୮ ଶହ କିଲୋମିଟର ଯାତ୍ରା କରି ବିଜୁ ପଟ୍ଟନାୟକ ସରକାର ବିରୁଦ୍ଧରେ ୧ ଲକ୍ଷ ପ୍ରଚାର ପତ୍ର ବଂଟନ କରିଥିଲେ, ଆଗାମୀ ଦିନରେ ସେବାଦଳ କର୍ମକର୍ତାଙ୍କୁ ସେହି କାର୍ଯ୍ୟରେ ପୁନଃ ବିନିଯୋଗ କରାଯିବ ।
ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି, କାର୍ଯ୍ୟକର୍ତା ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋ କହିଲେ ଯେ, କଂଗ୍ରେସ ସେବାଦଳ ଅନୁଷ୍ଠାନର ପ୍ରଥମ ସଭାପତି ଭାରତ ବର୍ଷର ପୁର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଥିଲେ । ତାଙ୍କର ଆଦର୍ଶ, ଦର୍ଶନ ତଥା ଚିନ୍ତାଧାରାକୁ ଆମେ ପୁଣିଥରେ ସାଧାରଣ ଜନତାଙ୍କ ନିକଟରେ ପହଂଚାଇବା । କଂଗ୍ରେସ ସେବାଦଳ ଏ କାର୍ଯ୍ୟଟି ନିଶ୍ଚିତ କରିପାରିବ ବୋଲି ମୋର ପୂର୍ଣ୍ଣବିଶ୍ୱାସ ରହିଛି । ଅନ୍ୟତମ ଅତିଥି ବରିଷ୍ଠ କଂଗ୍ରେସ ନେତା ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ କହିଲେ ଯେ, କଂଗ୍ରେସ ସେବାଦଳ ଏଭଳି ଏକ ଅନୁଷ୍ଠାନ ଯେଉଁଠାରେ ଶୃଙ୍ଖଳା ସହିତ ସଂକଳ୍ପ ପୁରି ରହିଛି । ମୁଁ ସେବାଦଳର ଇତିହାସ ଡଃ ହରେକୃଷ୍ଣ ମହତାବଙ୍କ ଠାରୁ ଶୁଣିଥିଲି କିନ୍ତୁ ଆଜିକୁ ୩୦ ବର୍ଷ ହେବ ତା’ର କାର୍ଯ୍ୟ ବିଷୟରେ ପ୍ରତ୍ୟେକ୍ଷ ଅନୁଭବ କରୁଛି । ଅନ୍ୟତମ ଅତିଥି ବରିଷ୍ଠ ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ କହିଲେ ଯେ, ମୁଁ ଛାତ୍ର ଜୀବନରୁ ସେବାଦଳ କାର୍ଯ୍ୟକ୍ରମ ସହିତ ସଂପୃକ୍ତ । ସେବାଦଳର ନିଷ୍ଠା, ତ୍ୟାଗ ଓ ସଂକଳ୍ପ ନିକଟରେ ମୁଁ ସୁବବେଳେ ସମର୍ପିତ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଭାପତି ଓ ଅନ୍ୟ ଅତିଥିମାନଙ୍କୁ ମହମ୍ମଦ ଶାହାଦୁଲ୍ଲା, ଶ୍ରୀ ମନୋଜ ସାହୁ, ଶ୍ରୀ କୁଳମଣି ସାହୁ ଓ ଶ୍ରୀମତୀ ବିନୋଦୀନ ଦିପ୍ ସେବାଦଳ ଟୋପି ଓ ସେବାଦଳ ବ୍ୟାଚ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ବରଗଡ଼ର ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଦିଲ୍ଲୀପ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜ୍ୟୋତିଷ୍ କୁମାର ସାହୁ, ଶ୍ରୀ ବରୁଣ ରାଜ ଓ ଶ୍ରୀ ମୁନୁ ସରାଫ୍ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ, ଶ୍ରୀ ମନୋରଞ୍ଜନ ଦାସ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ତରୁଣ କୁମାର ମିଶ୍ର, ମିହିର ଆଚାର୍ଯ୍ୟ, ଆଡ଼ଭୋକେଟ୍ ରମେଶ ଚନ୍ଦ୍ର ବରାଳ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ୱଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking