34.1 C
Bhubaneswar
Friday, March 29, 2024
Homeଅପରାଧଟଙ୍କା ପାଇଁ ମଙ୍ଗଳସୁତ୍ର ନଦେବାରୁ ସ୍ତ୍ରୀର ଜୀବନ ନେଲା ମଦ୍ୟପ ସ୍ବାମୀ

ଟଙ୍କା ପାଇଁ ମଙ୍ଗଳସୁତ୍ର ନଦେବାରୁ ସ୍ତ୍ରୀର ଜୀବନ ନେଲା ମଦ୍ୟପ ସ୍ବାମୀ

କେନ୍ଦ୍ରାପଡ଼ା: ଟଙ୍କା ପାଇଁ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ନୃଶଂସ ସ୍ବାମୀ । ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ଜମ୍ବୁ ଅଞ୍ଚଳରେ । ଅଭିଯୁକ୍ତ ମାନସ ଜଣେ ମଦ୍ୟପ ହୋଇଥିବାବେଳେ ଜୁଆ ଖେଳିବା ଭଳି ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ମଦ ପିଇବାକୁ ଏବଂ ଜୁଆ ଖେଳିବାକୁ ପ୍ରଥମେ ପତ୍ନୀ କଳ୍ପନାଙ୍କୁ ଟଙ୍କା ମାଗିଥିଲା ଅଭିଯୁକ୍ତ ସ୍ବାମୀ । ଟଙ୍କା ନଥିବାରୁ କଳ୍ପନାଙ୍କ ବେକରେ ଥିବା ମଙ୍ଗଳସୂତ୍ର ଉପରେ ପଡିଥିଲା ମାନସର ନଜର । ହେଲେ ମଙ୍ଗଳସୂତ୍ର ଦେବା ପାଇଁ ସ୍ତ୍ରୀ ବିରୋଧ କରିବାରୁ ତାଙ୍କୁ ମାନସ ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପଘରଲୋକେ ।

ସୂଚନା ଅନୁଯାୟୀ, କଂସାର ବଡଦାଣ୍ଡୁଆ ଗ୍ରାମର ଉମାକାନ୍ତ ଗିରିଙ୍କ ଝିଅ ହେଉଛନ୍ତି କଳ୍ପନା ଗିରି । ପ୍ରାୟ ଚାରିବର୍ଷ ତଳେ ଜମ୍ବୁ ଗ୍ରାମର ଅନୀଲ ସୁରଙ୍କ ପୁଅ ମାନସ ଗିରିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ କଳ୍ପନା । ବିବାହ ପରେ କଳ୍ପନାଙ୍କ ସ୍ବାମୀ ମାନସ ଜୁଆ ଓ ମଦ ପିଇବା ସହିତ ବାରମ୍ବାର କଳ୍ପନାଙ୍କୁ ମାରପିଟ୍ କରୁଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ମାନସର ପରକୀୟା ପ୍ରୀତି ମଧ୍ୟ ରହିଥିଲା ଯେଉଁଥିପାଇଁ ପାରିବାରିକ କଳହ ଲାଗି ରହୁଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ ।

ଏନେଇ ସାମୁଦ୍ରିକ ଥାନା ଜମ୍ବୁରେ ଏକ ଲିଖିତ ଅଭିଯୋଗ କରିଛନ୍ତି ମୃତ କଳ୍ପନାଙ୍କ ବାପା । ଅଭିଯୋଗ ଅନୁସାରେ ମାନସ, କଳ୍ପନାଙ୍କୁ ମଦ ପିଇବା ପାଇଁ ଏବଂ ଜୁଆ ଖେଳିବାକୁ ପ୍ରଥମେ ଟଙ୍କା ମାଗିଥିଲା । ଟଙ୍କା ନମିଳିବାରୁ କଳ୍ପନା ବେକରେ ପିନ୍ଧିଥିବା ମଙ୍ଗଳସୁତ୍ରକୁ ଓହ୍ଲାଇ ଏହାକୁ ବିକ୍ରି କରିବା ପାଇଁ ବାଧ୍ୟ କରିଥିଲା ମାନସ । କଳ୍ପନା ଏଥିରେ ଅରାଜି ହେବାରୁ ପିଟିପିଟି ମାରି ଦେଇଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି କଳ୍ପନାଙ୍କ ଭାଇ ଗୌତମ ଓ କଳ୍ପନାଙ୍କ ପଡୋଶୀ ।

ଏହାସହ ମାନସର ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବାରୁ ଦମ୍ପତିଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗି ରହୁଥିଲା । ଜ୍ୱାଇଁ ମାନସ ହିଁ ଝିଅ କଳ୍ପନାଙ୍କୁ ହତ୍ୟା କରିଛି ବୋଲି କହିଛନ୍ତି ମୃତକଙ୍କ ମାଆ । ଘଟଣାସ୍ଥଳରେ ଜମ୍ବୁ ପୋଲିସ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତନାଘନା କରିଛି । ଏହାସହ ମୃତ ମହିଳାଙ୍କ ସ୍ବାମୀ ଓ ଶ୍ୱଶୁରଙ୍କୁ ଅଟକ ରଖି ଜମ୍ବୁ ପୋଲିସ ଅଧିକ ପଚରାଉଚରା କରୁଥିବା ଜଣାପଡିଛି। ଅପରପକ୍ଷେ ଘଟଣାର ନିରପେକ୍ଷ ତଦନ୍ତ କରି ଝିଅକୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ପୋଲିସକୁ ନିବେଦନ କରିଛନ୍ତି କଳ୍ପନାଙ୍କ ବାପଘର ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking