31.1 C
Bhubaneswar
Tuesday, May 7, 2024
Homeଓଡିଶାଓଡ଼ିଶାରେ ଗରିବ ଲୋକଙ୍କ ପାଇଁ ବାସଗୃହ ନିର୍ମାଣ କରିବାପାଇଁ ନବୀନ ସରକାରର ଆନ୍ତରିକତା ନାହିଁ –...

ଓଡ଼ିଶାରେ ଗରିବ ଲୋକଙ୍କ ପାଇଁ ବାସଗୃହ ନିର୍ମାଣ କରିବାପାଇଁ ନବୀନ ସରକାରର ଆନ୍ତରିକତା ନାହିଁ – କଂଗ୍ରେସ

*ଭୋଟ ହାତେଇବା ପାଇଁ ବାସଗୃହ ନିର୍ମାଣ ଓ ମରାମତି ବିଜେଡ଼ିର ଏକ ରାଜନୈତିକ ଷଡ଼ଯନ୍ତ୍ର**ଗରିବ ବାସହରାଙ୍କୁ ଘର ଯୋଗଇବାର ପ୍ରଲୋଭନ ଦେଖାଇ ଭୋଟ ହାତେଇବା ଆଉ କେତେଦିନ ଚାଲିବ*

ଭୁବନେଶ୍ୱର – ୨୧ ବର୍ଷର ନିରନ୍ତର ଶାସନ ବ୍ୟବସ୍ଥାରେ ନବୀନ ବାବୁ ରହିଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରକୃତରେ ଓଡ଼ିଶାର କେତେ ପରିବାରଙ୍କ ପାଇଁ ସ୍ଥାୟୀ ପକାଘରର ଆବଶ୍ୟକତା ଅଛି ତାହା ଜଣାଗଲା ନାହିଁ କିମ୍ବା ଏ ତଥ୍ୟ ସର୍ବସାଧାରଣଙ୍କ ନିମନ୍ତେ ପ୍ରକାଶ କରାଗଲା ନାହିଁ କାହିଁକି ବୋଲି ଆଜି କଂଗ୍ରେସ ଭବନରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ସମସ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ କରି ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି । ସ୍ୱଚ୍ଛ, ନିର୍ମଳ ଶାସନର ଡିଣ୍ଡିମ ପିଟୁଥିବା ନବୀନ ବାବୁ ରାଜ୍ୟର ରାଜକୋଷକୁ ନିଜର ଦଳୀୟ ପାଣ୍ଠି ହିସାବରେ ବ୍ୟବହାର କରି ଭୋଟ କ୍ରୟ କରିବା ଏହା ତାଙ୍କର ସ୍ୱଚ୍ଛ ଓ ନିର୍ମଳା ଶାସନର ନିଦର୍ଶନ କି? ପ୍ରକୃତରେ ଓଡ଼ିଶାର ଗରିବ ପରିବାର ତଥା ଆଦିବାସୀ, ହରିଜନ, ନିର୍ମାଣ ଶ୍ରମିକ, ଖଟିଖିଆ, ଭୂମିହୀନ ତଥା ଉପକୂଳବର୍ତୀ ଅଂଚଳରେ ପ୍ରାକୃତିକ ବିପର୍ଯୟକୁ ସାମନା କରୁଥିବା ତଥା ଜଙ୍ଗଲ ଅଂଚଳରେ ରହୁଥିବା ଲୋକମାନଙ୍କ ପାଇଁ କିଏ ଘର ନିର୍ମାଣ କରିବାରେ ରାଜନୈତିକ ଚାଲ ଖେଳିଛି ପ୍ରକୃତରେ କାହିଁକି ଏ ପର୍ଯ୍ୟନ୍ତ ଯାହା ବିଜୁ ଜନତା ଦଳ ୨୦୧୪ ମସିହା ରାଜନୈତିକ ଇସ୍ତାହାରରେ କହିଥିଲା ତାହାକୁ ପୂରଣ କରିବାରେ ଅସମର୍ଥ ଏହା କେବଳ ମିଛ ପ୍ରଚାର ସହ ପ୍ରତାରଣା ଓ ପ୍ରତିଶ୍ରୁତି ଛଡ଼ା ଆଉ କିଛି ଥିଲାକି ?

● ୧ ଏପ୍ରିଲ ୨୦୧୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ମାତ୍ର ୧୬ଲକ୍ଷ ୧୭ ହଜାର ଘର ନିର୍ମାଣ କରିସାରିଛନ୍ତି ବୋଲି ତଥ୍ୟ ଦେଇଛନ୍ତି ।

●ଓଡ଼ିଶା ପଂଚାୟତରାଜ ବିଭାଗ ତଥ୍ୟ ଅନୁସାରେ ଆଜି ପର୍ଯ୍ୟନ୍ତ ବିଜୁପକ୍କାଘର ଯୋଜନା ଗ୍ରାମରେ ୨୫ଲକ୍ଷ ୩୮ ହଜାର ଘର କରାଯାଇ ସରିଛି ବୋଲି ତଥ୍ୟ ପ୍ରଦାନ କରାଯାଇଛି ।

● ତେଣୁ ଓଡ଼ିଶାର ଗ୍ରାମାଂଚଳରେ ଏପର୍ଯ୍ୟନ୍ତ ୩୨ଲକ୍ଷ ୧୩ ହଜାର ଘରର ନିର୍ମାଣ ସରିଛି ବୋଲି ସରକାର ପ୍ରକାଶ କରିଛନ୍ତି ।

● ଓଡ଼ିଶାରେ ୨୫ଲକ୍ଷ ୮୨ ହଜାର ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ଅନ୍ତର୍ଭୁକ୍ତ କରିବା ପାଇଁ ଚିହ୍ନଟ କରାଯାଇ ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ୮ଲକ୍ଷ ୮୩ ହଜାର ପରିବାରଙ୍କ ପାଇଁ ଗୃହନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ନାହିଁ କାହିଁକି?

● ଏସ୍‌.ଡିଜି.ଆଇ ( ) ସୂଚକାଙ୍କ ଅନୁସାରେ ସମସ୍ତଙ୍କୁ ଘର ୨୦୨୨ ମସିହା ସୁଦ୍ଧା ଯୋଗାଇ ଦିଆଯିବା କଥା କିନ୍ତୁ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ପାଖାପାଖି ୩୦ ଲକ୍ଷ ପରିବାରକୁ ଘର ଯୋଗାଇବାରେ ଆବଶ୍ୟକତା ରହିଛି ।

● ଓଡ଼ିଶା ସରକାର ରାଜ୍ୟରେ ବିଭିନ୍ନ ନିଜସ୍ୱ ଯୋଜନାରେ ଗୃହ ନିର୍ମାଣ କରୁଛନ୍ତି ଯଥା: ବିଜୁ ପକ୍କାଘର ଯୋଜନା, ମୋ କୁଡ଼ିଆ ଯୋଜନା, ପକ୍କାଘର, ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା କିନ୍ତୁ ବାସ୍ତବରେ ଏ ସବୁ ଯୋଜନା ଗୁଡ଼ିକ ନାମକୁ ମାତ୍ର କରାଯାଇଛି ନା ଏଥିପ୍ରତି ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତା ରହିଛି କି? ବାସ୍ତବରେ ଓଡ଼ିଶାର ପ୍ରତ୍ୟେକ ଗରିବ ପରିବାର ଏବଂ ଯେଉଁମାନେ କଚାଘରେ ରହୁଛନ୍ତି ସେମାନଙ୍କୁ ଘର ମିଳୁ ବୋଲି ଓଡ଼ିଶା ସରକାର ଚାହୁଁଛନ୍ତି କି? ନା ମିଛିରେ ନାଟକ କରୁଛନ୍ତି ।

● ୧୭-୧୮ ମସିହାରେ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ୪ଲକ୍ଷ ୩୧ ହଜାର ଘର କରିଛନ୍ତି ବୋଲି ଦାବି କରିଛନ୍ତି । ୧୮-୧୯ ମସିହାରେ ୩ଲକ୍ଷ ୬୧ ହଜାର ଘର କରାଯାଇଛି, ୧୯-୨୦ ରେ ୩.୯୫ଲକ୍ଷ ଏବଂ ୨୦-୨୧ ରେ ୮୪ ହଜାର ୨୧୬ ଘର କରାଯାଇଛି ବୋଲି କୁହାଯାଇଛି ।

● ୨୦୧୪ ମସିହା ବିଜୁ ଜନତା ଦଳ ତାଙ୍କର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ ଓଡ଼ିଶାର ସମସ୍ତ କଚାଘରକୁ ପକାଘରରେ ରୂପାନ୍ତରିତ କରିବେ ଏବଂ ଏହି କାର୍ଯ୍ୟ ୨୦୨୨ ମସିହା ସୁଦ୍ଧା ସରିବ ।

● ୨୨ ବର୍ଷର ନିରନ୍ତର ଶାସନ ବ୍ୟବସ୍ଥାରେ ରହିଲେ ମଧ୍ୟ ଏପର୍ଯ୍ୟନ୍ତ କାହିଁକି ଓଡ଼ିଶାର ସମସ୍ତ ପରିବାରଙ୍କୁ ଘର ଯୋଗାଇ ଦିଆଯାଇ ପାରିଲା ନାହିଁ । ଏଥିପାଇଁ କାହାକୁ ଦାୟୀ କରାଯିବ ସରକାରଙ୍କ ଅପାରଗତା ନା ଜାଣିସୁଣି ସରକାର ରାଜ୍ୟରେ ଜନସାଧାରଣଙ୍କୁ ତାଙ୍କୁ ଏଭଳି ଗରିବ ଅବସ୍ଥାରେ ରଖିବା ବିଜୁ ଜନତା ଦଳ ସରକାରର ଏକ ଚାଲକି?

● ପ୍ରଧାନମନ୍ତ୍ରୀ ଗ୍ରାମୀଣ ଗୃହ ଯୋଜନା ଅନୁସାରେ ହିତାଧିକାରୀର ନିଜ ଜମି ଉପରେ ସେ ଘର ନିର୍ମାଣ କରିବାର ନିୟମ ରହିଛି ଯଦି ହିତାଧିକାରୀ ଭୂମିହୀନ ତାହାହଲେ ରାଜ୍ୟ ସରକାର ସେମାନଙ୍କୁ ତକ୍ଷଣାତ ଜମି ବା ଜମି କ୍ରୟ କରିବାପାଇଁ ଅର୍ଥ ପ୍ରଦାନ କରିବା ପାଇଁ ନିଷ୍ପତି ନେଇଥିଲେ । ତଦନୁସାରେ ରେଭିନ୍ୟୁ ବିଭାଗର ସଚିବଙ୍କୁ ଏହି ଦାୟୀତ୍ୱ ଦିଆଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ୨୦୨୨ ମସିହା ସୁଦ୍ଧା ୫୭ ହଜାର ୯୩୨ ଭୂମିହୀନ ପରିବାର ଏପର୍ଯ୍ୟନ୍ତ ଅପେକ୍ଷା କରି ରହିଛନ୍ତି ଘର ପାଇବାପାଇଁ କାରଣ ଏପର୍ଯ୍ୟନ୍ତ ସରକାର ୯ ହଜାର ୨୮୧ ପରିବାରଙ୍କୁ ଜମି କିମ୍ବା ଜମି କିଣିବା ପାଇଁ ଅର୍ଥ ରାଶି ଦେଇଛନ୍ତି ବାକି ୪୮ ହଜାର ୬୫୧ ପରିବାରଙ୍କୁ ଏପର୍ଯ୍ୟନ୍ତ ଅର୍ଥ ରାଶି କିମ୍ବା ଜମି ଯୋଗାଇ ଦିଆଯାଇ ନାହିଁ । ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟ ସରକାରଙ୍କର ଓଡ଼ିଶା ବାସୀଙ୍କୁ ଘର ଯୋଗାଇବା ପାଇଁ କେତେ ଆନ୍ତରିକତା ଅଛି ।

● ମୋ କୁଡ଼ିଆ ଯୋଜନାରେ ୨୪ ଘର ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା କିନ୍ତୁ ଏ ପର୍ଯ୍ୟନ୍ତ ୧୨ ହଜାର ଘର ନିର୍ମାଣ ହୋଇନାହିଁ ବୋଲି ରାଜ୍ୟ ସରକାର ନିଜେ ପ୍ରକାଶ କରିଛନ୍ତି । ତେଣୁ ଏ ଯୋଜନା କେବଳ ପ୍ରଚାର ସର୍ବସ୍ୱ ଥିଲା କି ନାହିଁ ।

● ନିର୍ମାଣ ଶ୍ରମିକ ଗୃହ ଯେଜନାରେ କେତେଘର ତିଆର କରାଯାଇଛି ଏବଂ ଓଡ଼ିଶାରେ କେତେ ନିର୍ମାଣ ଶ୍ରମିକ ଗ୍ରାମାଂଚଳ ଓ ସହରାଂଚଳରେ କଚାଘରେ ଅଛନ୍ତି ଏବଂ ସେମାନଙ୍କ ପାଇଁ ଆଉ କେତେବର୍ଷ ଲାଗିବ ଘର ଯୋଗାଇ ଦେବାପାଇଁ । ନିର୍ମାଣ ଶ୍ରମିକ ଗୃହ ଯୋଜନା ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ଏଥିରେ ଦୋଷ କାହାକୁ ଦିଆଯିବ ? ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ନା ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କୁହାଯିବ ।

● ୨୦୦୭ ରୁ ୨୦୧୨ ମସିହା ଭିତରେ କେନ୍ଦ୍ର ସରକାର ୨୨୫୮.୧୮ କୋଟି ଟଙ୍କାର ଇନ୍ଦିରା ଆବାସ ଯୋଜନରେ ଅର୍ଥ ବରାଦ କରିଥିଲେ । ରାଜ୍ୟ ସରକାର ତାଙ୍କ ଅଂଶଧନ ମାତ୍ର ୪୦ ପ୍ରତିଶତ ଦେବାର ଥିଲା କିନ୍ତୁ ଦୁଃଖର କଥା କେନ୍ଦ୍ର ସରକାର ୨୦୩୪.୨୩ କୋଟି ଟଙ୍କା ପ୍ରଦାନ କରାଗଲେ ମଧ୍ୟ ରାଜ୍ୟ ସରାକାର ତାଙ୍କ ଆବଶ୍ୟକୀୟ ଅଂଶକୁ ପ୍ରଦାନ କଲେ ନାହିଁ ଯାହା ଫଳରେ କି ସ୍ୱଳ୍ପ ପୁଞ୍ଜି ଖର୍ଚ୍ଚ ଏବଂ ଅଧିକ ପୁଞ୍ଜି କେରିଫରୱାଡ ହେଲା ।

● ପକ୍କାଘର ଯୋଜନାରେ ବିଶେଷ କରି ଖଣି ଅଂଚଳରେ ଲୋକମାନଙ୍କ ପାଇଁ ଘର କରାଯିବାର ନିଷ୍ପତି ହେଲା ଏ ସମସ୍ତ ଅର୍ଥରାଶି ରାଜ୍ୟ ଖଣିଜ ବିକାଶ ପାଣ୍ଠିରୁ ଖର୍ଚ୍ଚ କରାଯିବା କଥା । ଆଜି ସୁଦ୍ଧା ଏ ଯୋଜନାରେ କେତେ ଘର ହୋଇଛି ଯଦି ହୋଇଛି ତାହେଲେ ସୁନ୍ଦରଗଡ଼, ମୟୁରଭଞ୍ଜ, କେନ୍ଦୁଝର, କୋରାପୁଟ, କଳାହାଣ୍ଡି ଇତ୍ୟାଦି ଜିଲାରେ ଏତେ ଲୋକଙ୍କର ଘର ଆବଶ୍ୟକତା ରହିଛି କିପରି?

● ୨୦୧୨-୨୦୧୩ ମସିହା ରାଜ୍ୟ ସରକାର ୨ଲକ୍ଷ ୯୩ ହଜାର ୫୨୨ ଘର ଇନ୍ଦିରା ଆବାସ ଯୋଜନାରେ କରାଯିବ ବୋଲି ଯୋଜନା କଲେ ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ୧୭୧.୪୪ କୋଟି ଟଙ୍କା ପ୍ରଦାନ କଲେ । କିନ୍ତୁ ରାଜ୍ୟ ସରକାର ଏହି ସମୟରେ ମାତ୍ର ୯ ଜହାର ୧୩୮ ଟି ଘର କଲେ ଏବଂ ଏଥିପାଇଁ ୨୯.୨୦ କୋଟି ଟଙ୍କା ଖର୍ଚ୍ଚ କଲେ ବାକି ତକ ଯୋଜନା ଟଙ୍କା ଖର୍ଚ୍ଚ କରିପାରିଲେ ନାହିଁ ।

● ଜଙ୍ଗଲରେ ରହୁଥିବା ଗରିବ ଆଦିବାସୀ ପରିବାର ମାନଙ୍କୁ ଜମିର ଅଧିକାର ଦେବା ଏବଂ ତାଙ୍କ ପାଇଁ ପକ୍କାଘର ନିର୍ମାଣ କରିବା ଉଦ୍ଦେଶ୍ୟରେ ୨୦୧୩ -୧୪ ମସିହାରେ କେନ୍ଦ୍ର ସରକାରଙ୍କର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ୩୬୨.୨ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେଲେ କିନ୍ତୁ ରାଜ୍ୟ ସରକାର ମାତ୍ର ୭୯ କୋଟି ଟଙ୍କା ଖର୍ଚ୍ଚ କଲେ ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ କିଏ ରାଜ୍ୟରେ ଗରିବ ଲୋକଙ୍କ ପାଇଁ ଘର ନିର୍ମାଣ କଲା ନାହିଁ ଏଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବେକି? ଏବଂ ନିଜେ ଜଣେ ଅପାରଗ ବୋଲି ପ୍ରକାଶ କରିବେକ? କେବଳ ଗଣମାଧ୍ୟମରେ ବଂଚି ରହିବା ପାଇଁ ଯୋଜନା କରାଯାଏ ନା ଯୋଜନାର ସୁଫଳ ଓଡ଼ିଶାର ଲୋକ ପାଆନ୍ତୁ ଓ ଓଡ଼ିଶା ଆଗକୁ ଯାଉ ବୋଲି ବିଜୁ ଜନତା ଦଳର ସରକାର ଚାହେଁକି?

● ୨୦୦୪ ମସିହାରୁ ୨୦୧୪ ମସିହା ଭିତରେ ଇନ୍ଦିରା ଆବାସ ଯୋଜନାରେ ଓଡ଼ିଶାରେ ପାଖାପାଖି ୧୫ଲକ୍ଷରୁ ଅଧିକ ଘର କରାଯାଇ ଅଛି ବୋଲି ପ୍ରକାଶ କରାଯାଇଅଛି । ଏବେ ପ୍ରଶ୍ନ ଉଠୁଛି ଓଡ଼ିଶାରେ କେତେ ପରିବାର କଚାଘରେ ରହୁଥିଲେ କି ଏବଂ ସେଥିମଧ୍ୟରୁ ଆଦିବାସୀ, ହରିଜନ, ବଣ୍ଡେଡ ଲେବର ଏବଂ ଭନରେବୁଲ ଗ୍ରୁପ, ବାତ୍ୟା, ଭୂମିକମ୍ପ ଓ ବନ୍ୟା ପ୍ଳାବିତ ଅଂଚଳର କେତେ ପରିବାର ରହୁଥିଲେ ଏକଥା ରାଜ୍ୟ ସରକାର କରୁ ନାହାଁନ୍ତି ।

● ବିଜୁ ଜନତା ଦଳର ସରକାର ଗୃହ ଆବଂଟନରେ ଦୁର୍ନୀତି କରିବା ଏବେର କଥା ନୁହେଁ ୨୦୧୨-୧୩ ମସିହାରେ ସିଏଜି ତାଙ୍କ ଅଡିଟ ରିପୋର୍ଟରେ ଦର୍ଶେଇଥିଲେ ୧୧୪୪ ଟି ଘର ଅଣଗରିବ ପରିବାରଙ୍କୁ ଆବଂଟନ କରାଯାଇଥିଲା । ବିଶେଷ କରି କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ଜଗତସିଂହପୁର ଓ ଯାଜପୁର ଜିଲ୍ଳାରେ ଏଭଳି ଦୁର୍ନୀତି ହୋଇଥିଲା । ଏଥିପାଇଁ ୧୧୫ କୋଟି କୁ ତୁଷାରପାତ କରାଯାଇଥିଲା । ପାଖାପାଖି ୩୨୧ ମିଛ ବିପିଏଲ ଉପଭୋକ୍ତାଙ୍କୁ ଦେଖାଇ ୬୦.୧୫ ଲକ୍ଷ ଟଙ୍କା ହରିଲୁଟ କରାଯାଇଥିଲା ।

● ଏବେ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି ୩୦ଲକ୍ଷ ପରିବାରକୁ ୩୦୦ ହଜାର ଟଙ୍କା ଲେଖାଏଁ ଘର ମରାମତି ପାଇଁ ପ୍ରଦାନ କରାଗଲା ଏବଂ ଯେଉଁମାନଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଗୃହ ଯୋଜନାରେ ଘର ମିଳିନାହିଁ ସେମାନଙ୍କୁ ୫ ହଜାର ଟଙ୍କା ସହାୟତା ଦିଆଯିବ ।

● ପ୍ରଶ୍ନ ଉଠୁଛି ପକାଘର ଯୋଜନାର ମୂଳ ଉଦ୍ଦେଶ୍ୟ ହେଲା ଏକ ଦୀର୍ଘସ୍ଥାୟୀ ସୁରକ୍ଷା ଗୃହ ୩୦ ବର୍ଷ ପାଇଁ ଏକ ପରିବାରକୁ ଯୋଗାଇ ଦେବା ।

● ବିଜୁ ପକ୍କାଘର, ମୋ କୁଡ଼ିଆ ଯୋଜନା, ନିର୍ମାଣ ଶ୍ରମିକ ପକାଘର ଯୋଜନା ଏସବୁ ୨୦୧୫ ମସିହାରେ ଆରମ୍ଭ କରାଗଲା । ୭ ବର୍ଷ ଭିତରେ ଏସବୁ ଘରରେ କ’ଣ ପାଣି ଗଳୁଛି ବା ଭାଙ୍ଗି ଗଲାଣି ତେଣୁ ଏହାର ନିର୍ମାଣରୁ ଗୁଣବତା ଓ ମାନ ସେତେବେଳେ କ’ଣ ଆଖି ବୁଜି ଦିଆଯାଇଥିଲା କି? ସରକାରଙ୍କର ଯୋଜନା ଅନୁସାରେ ଏ ସମସ୍ତ ଗୃହ ଯୋଜନାରେ ଆବଶ୍ୟକୀୟ ଗୃହ ନିର୍ମାଣ ଉପକରଣ ଯଥା ସିମେଂଟ, ଲୁହାଛଡ଼, ଇଟା, ଗୋଡ଼ି, ବାଲି ଇତ୍ୟାଦି ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଭେଣ୍ଡର ମାନଙ୍କ ଠାରୁ କିଣାଯିବା କଥା କିମ୍ବା ଉପଭୋକ୍ତ ନିଜେ ମଧ୍ୟ ବାହାରୁ କିଣିପାରେ । କିନ୍ତୁ ଏ ସମସ୍ତ ଘର ଆରମ୍ଭରୁ ଶେଷପର୍ଯ୍ୟନ୍ତ ପଂଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ଏବଂ ଡିଆରଡିଏ ପର୍ଯ୍ୟନ୍ତ କରାଯିବାର ବ୍ୟବସ୍ଥା ଅଛି ।

● ଓଡ଼ିଶାରେ ଉପଭୋକ୍ତାମାନଙ୍କୁ ସରକାରଙ୍କ ଦ୍ୱାର ଚିହ୍ନଟ ହୋଇଥିବା ଭେଣ୍ଡରମାନେ ଯଦି ଗୃହ ଉପକରଣ ଯୋଗାଇ ଦେଇଥିଲେ ଏବଂ ଏ ସମସ୍ତ ଗୁଣାତ୍ମକ ମାନକୁ ପରୀକ୍ଷା ଓ ନିରିକ୍ଷଣ କରାଯାଇଥିଲା ତାହାହେଲେ ଏ ଘର ଗୁଡ଼ିକ କିଭଳି ମରାମତି ଆବଶ୍ୟକତା କରୁଛି ।

● ମରାମତି ନାରେ ଆପଣ ପଂଚାୟତ ନିର୍ବାଚନ ପାର ହେବାପାଇଁ ଆପଣ ରାଜ୍ୟ ରାଜକୋଷର ଅର୍ଥକୁ ନିଜ ଦଳୀୟ ପାଣ୍ଠି ଭାବି ଭୋଟ କିଣିବା ପାଇଁ ବ୍ୟବହାର କରୁଛନ୍ତି କି ନାହିଁ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଜନୀ କୁମାର ମହାନ୍ତିଙ୍କ ସମେତ ମୁଖପାତ୍ର ପ୍ରଶାନ୍ତ ଶତପଥି,ସାଧାରଣ ସମ୍ପାଦକ ଚିନ୍ମୟ ସୁନ୍ଦର ଦାଶ ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking