28.1 C
Bhubaneswar
Saturday, April 27, 2024
Homeଓଡିଶାବିଦ୍ୟୁତ ଟାୱାର ଲାଇନ ପାଇଁ ଜାଗା ଦେଇଥିବା ଜମି ମାଲିକଙ୍କୁ ମିଳିନି କ୍ଷତି ପୂରଣ

ବିଦ୍ୟୁତ ଟାୱାର ଲାଇନ ପାଇଁ ଜାଗା ଦେଇଥିବା ଜମି ମାଲିକଙ୍କୁ ମିଳିନି କ୍ଷତି ପୂରଣ

ଗୁଣୁପୁର : ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ ଟାୱାର ଲାଇନ ପାଇଁ ଜାଗା ଦେଇଥିବା ଜମି ମାଲିକଙ୍କୁ ଏ ଯାଏଁ କ୍ଷତିପୂରଣ ଅର୍ଥ ମିଳିନଥିବା ଅଭିଯୋଗ କରିଛନ୍ତି । ରାୟଗଡା ଜିଲ୍ଲା ଗୁଣୁପୁର ବାବୁଲି ନଗର ଅଞ୍ଚଳର ବାରିନିଧି ପଣ୍ଡାଙ୍କ ଘର ଉପର ଦେଇ ଗତ ୨୦୧୭ରୁ ଟାୱାର ଲାଇନ ଟଣାଯାଇଛି । ଏନେଇ ଶ୍ରୀ ପଣ୍ଡା ଆପତ୍ତି ଅଭିଯୋଗ କରିବାରୁ ସ୍ଥାନୀୟ ପ୍ରଶାସନର ଉପଜିଲ୍ଲାପାଳ, ତହସିଲଦାର, ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ ଓ ଶ୍ରୀ ପଣ୍ଡାଙ୍କ ମଧ୍ୟରେ ଉପଯୁକ୍ତ କ୍ଷତିପୂରଣ ଅର୍ଥ କମ୍ପାନୀ କର୍ତ୍ତୃପକ୍ଷ ପ୍ରଦାନ କରିବା ନିମନ୍ତେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ହେଲେ ଇତି ମଧ୍ୟରେ ଦୀର୍ଘ ୨ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଏଯାଏଁ ଟଙ୍କା ଟିଏ ବି ମିଳି ନଥିବା ଅଭିଯୋଗ କରିଛନ୍ତି । ଏନେଇ ବାରମ୍ବାର ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର ଓ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ବେଳେ ଘର ଉପରେ ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ ତାର ଯାଇ ଥିବାରୁ ଭୟଭୀତ ଅବସ୍ଥାରେ ରହୁଥିବା ଶ୍ରୀ ପଣ୍ଡାଙ୍କ ପରିବାର ଲୋକେ କହିଛନ୍ତି । ବିଜୁଳି ଘଡଘଡି ମାରିଲେ ତାଙ୍କ ଘରର ବୈଦୁତିକ ଉପକରଣ ସବୁ ପୋଡ଼ି ଯାଉଥିବା ସେ ଅଭିଯୋଗ କରିଛନ୍ତି । ତୁରନ୍ତ ତାଙ୍କୁ ଚୁକ୍ତିନାମା ଅନୁଯାୟୀ କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking