30.1 C
Bhubaneswar
Saturday, May 4, 2024
Homeଓଡିଶାବାୟା ମାଙ୍କିଡ଼ିଆ ଯୁବକଙ୍କୁ ନିଯୁକ୍ତି ଦେଲେ ଜିଲ୍ଲାପାଳ

ବାୟା ମାଙ୍କିଡ଼ିଆ ଯୁବକଙ୍କୁ ନିଯୁକ୍ତି ଦେଲେ ଜିଲ୍ଲାପାଳ

ମୟୂରଭଞ୍ଜ : ଜିଲ୍ଲାରେ ବସବାସ କରୁଥିବା ଆଦିମ ଜନଜାତି ବାୟାମାଙ୍କିଡିଆ ସମ୍ପ୍ରଦାୟର ପ୍ରଥମ ମାଟ୍ରିକୁଲେଟ ସହ ସ୍ନାତକ ଡିଗ୍ରୀ ହାସଲ କରିଥିବା ଯୁବକଙ୍କୁ ଶିକ୍ଷକ ଭାବେ ନିଯୁକ୍ତି ପ୍ରଦାନ ସହ ଲାପଟପ ପ୍ରଦାନକଲେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ। ତେବେ ବାୟା ମାଙ୍କିଡିଆ ସମ୍ପ୍ରଦାୟର ପ୍ରଥମ ମେଟ୍ରିକୁଲେଟ ହୋଇଥିବାରୁ ଜିଲ୍ଲାପାଳ ନିଯୁକ୍ତିପତ୍ର ସହ ଲାପଟପ ପ୍ରଦାନ କରି ଏହି ସମ୍ପ୍ରଦାୟର ଅନ୍ୟ ମାନଙ୍କୁ ପାଠପଢି ଉଚ୍ଚଶିକ୍ଷିତ ହେବାକୁ ଉତ୍ସ୍ୟହିତ କରିବା ସହ ପ୍ରେରଣା ଯୋଗାଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ଅପରାହ୍ନରେ ଜିଲ୍ଲାପାଳ ନିଯୁକ୍ତିପତ୍ର ପ୍ରଦାନ କରିବା ସହିତ ଶ୍ରୀ ମାଙ୍କିଡିଆଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଶୁଭେଚ୍ଛା ପ୍ରଦାନ ମଧ୍ୟ କରିଛନ୍ତି । ପ୍ରକାଶଥାଉକି ଶ୍ରୀ ମାଙ୍କିଡିଆ ମୟୂରଭଞ୍ଜ ଜିଲ୍ଲାରୁ ମାଙ୍କିଡିଆ ଆଦିମଜନଜାତି ବର୍ଗର ଛାତ୍ର ଭାବରେ ୨୦୧୦ ମସିହାରେ ମାଟ୍ରିକୁଲେସନ ପାସ କରିଥିବା ପ୍ରଥମ ଛାତ୍ର ଭାବରେ ରେକର୍ଡ ସୃଷ୍ଟି କରି ସମଗ୍ର ରାଜ୍ୟରେ ପ୍ରସଂଶିତ ହୋଇଥିଲେ । ପରେପରେ ସରକାରୀ ପ୍ରତ୍ସାହନ ପାଇ ଯୁକ୍ତ ୨ ପରୀକ୍ଷାରେ ସଫଳତାର ସହ ଉତୀଣ୍ଣ ହୋଇ ଯୁକ୍ତ ୩ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ତେବେ ତାଙ୍କ ବିଷୟରେ ଜାଣିବା ପରେ ଜିଲ୍ଲାପାଳ ତାଙ୍କୁ ସ୍ୱତନ୍ତ୍ର ଭାବରେ ଜିଲ୍ଲା ମଙ୍ଗଳବିଭାଗ ଦ୍ୱାରା ପରିଚାଳିତ ଉଦଳା ଅନ୍ୱେଷା ଶିକ୍ଷାନୁଷ୍ଠାନରେ ଟ୍ୟୁଟର ଶିକ୍ଷକ ଭାବେ ସରକାରୀ ନିଯୁକ୍ତି ତାଙ୍କର ଶିକ୍ଷାକ୍ଷେତ୍ରରେ ଅଗ୍ରଗତି ତଥା ପିଲାଙ୍କୁ ଗୁଣାତ୍ମକଶିକ୍ଷା ପ୍ରଦାନ ପାଇଁ ଏକ ଲ୍ୟାପଟପ ମଧ୍ୟ ପ୍ରଦାନ କରିଛନ୍ତି । ଶ୍ରୀ ମାଙ୍କିଡିଆ ନିଯୁକ୍ତି ପାଇବା ପରେ ଜିଲ୍ଲା ପ୍ରସାଶନକୁ ଏଭଳି ସହାୟତା ପାଇଁ ଆନନ୍ଦ ପ୍ରକାଶ କରି କୃତଜ୍ଞତା ଜଣାଇଛନ୍ତି । ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଆୟୋଜିତଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଜିଲ୍ଲା ମଙ୍ଗଳଅଧିକାରୀ ଶ୍ରୀ ଚିତରଞ୍ଜନ ମହାପାତ୍ର , ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ଆଦିମ ଜନଜାତିର ଶିକ୍ଷାର୍ଥୀମାନଙ୍କୁ ଶିକ୍ଷାକ୍ଷେତ୍ରରେ ପ୍ରତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରସାଶନ ପକ୍ଷରୁ କରାଯାଇଥିବା ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜିବୀ ମହଲରେ ବେଶ ଉଚ୍ଚପ୍ରଶଂଶା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking