29.1 C
Bhubaneswar
Sunday, May 19, 2024
Homeଓଡିଶାପୁଣି ଜନନୀ ଯନ୍ତ୍ରଣା, ରାସ୍ତାରେ ପ୍ରସବ କଲେ ମହିଳା

ପୁଣି ଜନନୀ ଯନ୍ତ୍ରଣା, ରାସ୍ତାରେ ପ୍ରସବ କଲେ ମହିଳା

ମୟୂରଭଞ୍ଜ – ପୁଣି ଜନନୀ ଯନ୍ତ୍ରଣା,କାଦୁଅ ରାସ୍ତାରେ ଅଟକି ଯାଇ ଗାଁକୁ ପହଞ୍ଚିପାରିଲା ନାହିଁ ଆମ୍ବୁଲାନ୍ସ,୨ କିମି ଖଟିଆରେ ବୁହାହୋଇ ଆମ୍ବୁଲାନ୍ସ ନିକଟକୁ ନେବାବେଳେ ରାସ୍ତାରେ ପ୍ରସବ କଲେ ଗର୍ଭବତୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ କାଶିପାଳ ଗାଁରେ। ସ୍ୱାଧୀନତାର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ଗାଁକୁ ପକ୍କା ସଡକନଥିବାରୁ ଅଧାବାଟରେ କାଦୁଅ ମଝିରେ ଅଟକି ଯାଇଥିଲା ଆମ୍ବୁଲାନ୍ସ। ତେଣୁ ଉପାୟନପାଇ ଗାଁଲୋକେ ପ୍ରସବ ବେଦନାରେ ଛଟପଟ ହେଉଥିବା ଗର୍ଭବତୀଙ୍କୁ ଝିପିଝିପି ବର୍ଷାରେ ୨ କିମି ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ହେଲେ ଆମ୍ବୁଲାନ୍ସ ନିକଟକୁ ପହଞ୍ଚିବା ପୂର୍ବରୁ ସେ ଗୋଟିଏ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ତାଙ୍କୁ ସେ ଆମ୍ବୁଲାନ୍ସରେ ଆଣି ଯଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଉଭୟ ମାଆ ଓ ସଦ୍ୟଜାତ ଶିଶୁସନ୍ତାନ ସୁସ୍ଥ ଥିବା ଜଣାପଡିଛି।

*ବାଇଟ* – ଆଶାକର୍ମୀ

 

ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାକୁ ଘନଘନ ଗସ୍ତରେ ଆସୁଛନ୍ତି ସରକାରୀ ବେସରକାରୀ ଦଳର ରାଜ୍ୟସ୍ତରୀୟ ନେତା। ଶୁଣାଉଛନ୍ତି ବିକାଶର କଥା। ହେଲେ ବିକାଶ ଅଟକିଛି ସହରରେ। ପଶି ପାରୁନି ଗାଁକୁ।କିନ୍ତୁ ହେଉନି ତର୍ଜମା। ଅନ୍ୟପଟେ ଗାଁ ଠୁ ଆରମ୍ଭ କରି ସହର ସବୁଠି ଉପସ୍ଥିତି ରହିଛି କ୍ଷମତାସୀନ ଦଳର ପର୍ଯ୍ୟବେକ୍ଷକ। ଆଗକୁ ଆସୁଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସାମ୍ନା କରିବା ଲକ୍ଷ୍ୟରେ ଦଳକୁ ଏକଜୁଟ କରିବାରେ ଲଗାଉଛନ୍ତି କୌଶଳ। ହେଲେ ଆଜିବି ଜିଲ୍ଲାରେ ରାସ୍ତା ଅଭାବ ଭଳି ସମସ୍ୟାରେ ନିରୀହ ଗ୍ରାମବାସୀ ଅସହାୟ ଜୀବନ ଜୀଉଁଥିବା ବେଳେ ସମାଧାନ କରିବା ଦିଗରେ ଅଣ୍ଟା ଭିଡ଼ି ସର୍ବନିମ୍ନ ମୌଳିକ ଅଧିକାରର ସୁବିଧା ଯୋଗାଇ ଦେବା ବଦଳରେ କ୍ଷମତା ହାତେଇବା ପାଇଁ ଆରମ୍ଭ ହୋଇଛି ଏବେଠୁ ଅଙ୍କକଷା। ତେବେ ଗାଁକୁ ଭଲ ରାସ୍ତା ଅଭାବରୁ ଯାଇପାରୁନି ଆମ୍ବୁଲାନ୍ସ ଗର୍ଭବତୀଙ୍କୁ ବୁହା ହେଉଛି ଖଟିଆରେ ଭଳି ସମ୍ବେଦନଶୀଳ ଘଟଣା ଏକ ସଭ୍ୟସମାଜ,ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ପାଇଁ ଏହାଠୁ ବଳି ଲଜ୍ୟାଜନକ ଘଟଣା ଆଉ କଣ ହୋଇପାରେ ବୋଲି ପ୍ରଶ୍ନ ଉଠୁଥିବା ଲକ୍ଷ୍ୟ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking