30.1 C
Bhubaneswar
Friday, April 26, 2024
Homeଓଡିଶାକାଲିଠାରୁ କମିବ ଶୀତ

କାଲିଠାରୁ କମିବ ଶୀତ

ଭୁବନେଶ୍ୱର : ଆଜି ରାଜ୍ୟରେ ଅସହ୍ୟ ଶୀତ ଲାଗି ରହିବ। କିଛି କିଛି ଜାଗାରେ  ତାପମାତ୍ରା ୨ରୁ ୩ ଡିଗ୍ରୀ କମ୍ ରହିବ। ଏହାପରେ ଉଭୟ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ର ପକ୍ଷର  ସୂଚନା ଅନୁଯାୟୀ,  ଆଜି ୪ଟି ଜିଲ୍ଲାରେ ଥଣ୍ଡା ସାଙ୍ଗକୁ କୋହଳ ପବନ ଲାଗିରହିବ । ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, କଟକ, ଅନୁଗୋଳ, ସୋନପୁର ଓ ବୌଦ୍ଧ।” ଆଉ ଗୋଟିଏ ଦିନ ପରେ ଉଭୟ ଦିନ ଓ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବା। ଆସନ୍ତା ୨ ଦିନ ଯାଏ ଘନ କୁହୁଡ଼ି ଦେଖାଯିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking