29.1 C
Bhubaneswar
Friday, May 3, 2024
Homeଦେଶ ବିଦେଶକେବେ ଏହି ବହି ଖୋଲିବା କଥା ନୁହେଁ

କେବେ ଏହି ବହି ଖୋଲିବା କଥା ନୁହେଁ

ଭୁବନେଶ୍ୱର : ମାନବ ସଭ୍ୟତାକୁ ଇତିହାସ ଏମିତି ଅନେକ ପୁସ୍ତକ ଦେଇଛି, ଯାହା ତାର ଆଗାମୀ ଜିବନ ପାଇଁ ଏକ ମାର୍ଗଦର୍ଶିକା ରୂପେ କାମ କରିଥାଏ । ଏହି ପୁସ୍ତକକୁ ଆମେ ବେଦ, ପୁରାଣ, ଶାସ୍ତ୍ର ରୂପରେ ଜାଣିଥାଉ । ଏହି ବହିଗୁଡିକ ଭିନ୍ନ ଭିନ୍ନ ଜାତି, ଧର୍ମକୁ ମାନୁଥିବା ଲୋକଙ୍କ ଜୀବନ ଜିଇଁବାର ଦିଗଦର୍ଶନ ହୋଇଥାଏ । ସାଧାରଣ ଭାବରେ ଏହା ଆମକୁ ଜ୍ଞାନ, ଉଦ୍ଦେଶ୍ୟ ଓ ଜୀବନର ରହସ୍ୟ ବିଷୟରେ କହିଥାଏ । ଏସବୁକୁ ବାଦ ଦେଲେ ଦୁନିଆରେ ଏମିତି ବହି ଅଛି, ଯାହା ଅତ୍ୟନ୍ତ ଭାବରେ ରହସ୍ୟମୟ ଏବଂ ବିପଦଜନକ ବୋଲି ଧରାଯାଏ । କୁହାଯାଏ ସେହି ବହିରେ କିଛି ଏମିତି ଲେଖା ଅଛି, ଯାହାକୁ ଜଣେ ମଣିଷ ନ ଜାଣିବା ହିଁ ଠିକ୍ ।
କୋଡେକ୍ସ ଗିଗାସ
ଏହାକୁ ଲୋକେ ଡେଭିଲସ ବାଇବେଲ ନାମରେ ଜାଣନ୍ତି । ଏହି ପୁସ୍ତକର ଲମ୍ବ ୩୬ ଇଂଚ ହୋଇଥିବା ବେଳେ ଚଉଡା ୨୦ ଇଂଚ ଏବଂ ମୋଟେଇ ୮.୫ ଇଂଚ ରହିଛି । ଆରମ୍ଭରୁ ଏଥିରେ ୩୨୦ ଫର୍ଦ୍ଦ ରହିଥିଲା । ଏହି ପୁସ୍ତକର ଫର୍ଦ୍ଦ ପାଇଁ ଗଧ ଓ ଘୋଡାଙ୍କ ଚମଡା ବ୍ୟବହାର କରାଯାଇଥିଲା । ଏହାର ଓଜନ ହେଉଛି ପ୍ରାୟ ୩୪ କିଲୋ । ଏଥିରେ ବାଇବେଲ ସଂପର୍କରେ ଅନେକ ତଥ୍ୟ ଉଲ୍ଲେଖ ରହିଛି । ହେଲେ କିଛି ଫର୍ଦ୍ଦ ଲେଉଟାଉବା ପରେ ୧୯ ଇଂଚର ଏକ ଡେଭିଲ ର ଛବି ଅଙ୍କା ଯାଇଛି । ବାସ୍ତବ ଭାବରେ ଡେଭିଲ ରୂପକୁ ଚିତ୍ରିତ କରାଯାଇଛି । ଏହି ଫର୍ଦ୍ଦ ପରେ କିଛି ଅଜବ ରୀତିନିତି ଓ କ୍ରିୟାକଳାପ ବିଷୟରେ ଉଲ୍ଲେଖ ରହିଛି । ଏହା ଏମିତି ଏକ ପ୍ରକ୍ରିୟା ଯାହାଦ୍ୱାରା ଡେଭିଲ ସହ ସଂପର୍କ କରାଯାଇପାରିବ । ଏମିତି ମଧ୍ୟ କୁହାଯାଏ ସୈତାନ ଏବଂ ସୈତାନ ଶକ୍ତିକୁ ହାସଲ କରିବା ପାଇଁ ଏହି ପୁସ୍ତକରେ ଏମିତି ବିଧି ଉଲ୍ଲେଖ ରହିଛି , ଯାହାଠାରୁ ମଣିଷ ଦୂରରେ ରହିବା ହିଁ ଭଲ । ପ୍ରଥମେ ଏହି ବହିରେ ୩୨୦ ଫର୍ଦ୍ଦ ରହିଥିଲା । ହେଲେ ପରବର୍ତୀ ସମୟରେ କିଏ ଏହାର ୧୦ଟି ଫର୍ଦ୍ଦ ବାହାର କରିନେଇଥିଲା । ତେବେ ଏହି ଫର୍ଦ୍ଦକୁ କିଏ କଣ ପାଇଁ ବାହାର କଲା ତାହା ଆଜି ବି ରହସ୍ୟ । ତା ଠାରୁ ଅଏହା ଆହୁରି ଆଶ୍ଚର୍ଯ୍ୟକର ଯେ, ସେହି ୧୦ ଫର୍ଦ୍ଦରେ ଏମିତି କଣ ଲେଖା ଥିଲା ଯାହାକୁ ଦୁନିଆ ସାମ୍ନାକୁ ଅଣାଗଲା ନାହିଁ । ତେବେ ଡାର୍କ ଓବରେ ଏହି ବହିର ଫର୍ଦ୍ଦକୁ କିଣା ବିକା ଚାଲିଛି । ବର୍ତମାନ ଏହି ପୁସ୍ତକର ଅରିଜିନାଲ କପିକୁ ଜେକ ରିପବ୍ଲିକର ନ୍ୟାସନାଲ ଲାଇବ୍ରେରୀରେ ରଖାଯାଇଛି । ଯେଉଁଠି ଆଜି ବି ସେହି ବହି ଉପରେ ଗବେଷଣା ଜାରି ରହିଛି । ଏହି ବହି ଉପରେ ନ୍ୟାସନାଲ ଜ୍ୟଗ୍ରାଫିକ ଏକ ଡକ୍ୟୁମେଣ୍ଟାରି ମଧ୍ୟ ନିର୍ମାଣ କରିଛି । ଯେଉଁଥିରେ ଏହି ପୁସ୍ତକ ବିଷୟରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking