29.1 C
Bhubaneswar
Saturday, April 20, 2024
Homeଓଡିଶାଗବେଷଣାକୁ ପ୍ରୋତ୍ସାହନ ଦେବା ନିମନ୍ତେ ସୋଆ ଏବଂ ପଟାମୁଣ୍ଡାଇ କଲେଜ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରତ

ଗବେଷଣାକୁ ପ୍ରୋତ୍ସାହନ ଦେବା ନିମନ୍ତେ ସୋଆ ଏବଂ ପଟାମୁଣ୍ଡାଇ କଲେଜ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ପଟାମୁଣ୍ଡାଇ କଲେଜ ମଧ୍ୟରେ ଗୁରୁବାର ଏକ
ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ବଳରେ କଲେଜର ଫ୍ୟାକଲ୍ଟି ମେମ୍ବର୍‌ମାନେ ପୁର୍ଣ୍ଣକାଳୀନ
ଏବଂ ସାମୟିକ ଭାବେ ସୋଆରେ ଗବେଷଣା ଏବଂ ପିଏଚ୍‌ଡି କରିପାରିବେ ।
ବୁଝାମଣା ଅନୁଯାୟୀ କଲେଜର ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ସୋଆରେ ବିଭିନ୍ନ ସୁବିଧା ଏବଂ ଲାଇବ୍ରେରୀ
ବ୍ୟବହାର ନିମନ୍ତେ ସୁଯୋଗ ପାଇପାରିବେ । ସେହିପରି ସୋଆର ଫ୍ୟାକଲ୍ଟିମାନେ ପଟାମୁଣ୍ଡାଇ କଲେଜର
ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ‘ଆଡ ଅନ୍‌’ କୋର୍ସର ସୁବିଧା ଯୋଗାଇଦେବେ । କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ମଧ୍ୟ
ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।
ନାକ୍ ସମେତ ବିଭିନ୍ନ ସ୍ୱୀକୃତି ନିମନ୍ତେ ସୋଆ ପକ୍ଷରୁ କଲେଜକୁ ପ୍ରସ୍ତୁତ କରାଯିବ । ସୋଆ ପକ୍ଷରୁ କଲେଜର
ଛାତ୍ରଛାତ୍ରୀମାନଙ୍କର ପ୍ଲେସ୍‌ମେଂଟ ନିମନ୍ତେ ତାଲିମ କାର୍ଯ୍ୟକ୍ରମ କରାଯିବ ।
ସୋଆ ସହଯୋଗରେ ପଟାମୁଣ୍ଡାଇ କଲେଜରେ ମଧ୍ୟ ଏନ୍‌ଏସ୍‌ଏସ୍ ଏବଂ ଯୋଗ ସମ୍ବନ୍ଧୀୟ କାର୍ଯ୍ୟ ପରିଚାଳନା
କରାଯିବ । କଲେଜରେ ଯୋଗ ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ବନ୍ଧୀୟ ଏକ ଉତ୍କର୍ଷ କେନ୍ଦ୍ର ମଧ୍ୟ ଆରମ୍ଭ କରାଯିବ ।
ସେହିପରି ସୋଆ ପକ୍ଷରୁ କଲେଜର ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଶିବିର ଆୟୋଜନ
କରାଯିବା ସହିତ ସ୍ଥାନୀୟ ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯିବ ।
ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ ପ୍ରୋ-ଭାଇସ୍‌ଚାନ୍‌ସେଲର
ପ୍ରଫେସର ପି.କେ. ନନ୍ଦ ଏବଂ ପଟାମୁଣ୍ଡାଇ କଲେଜର ଅଧ୍ୟକ୍ଷ ପ୍ରଫେସର ଅଧିକାରୀ ଲକ୍ଷ୍ମୀନାରାୟଣ ଦାସ ଏହି
ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସୋଆ ରେଜିଷ୍ଟ୍ରାର୍ ପ୍ରଫେସର ବି.ବି. ପ୍ରଧାନ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି
ରଞ୍ଜନ ଦାସ, ଚିଫ୍ ଆଡମିନିଷ୍ଟ୍ରେଟିଭ ଅଫିସର ଶ୍ରୀ ପି.କେ. ପଣ୍ଡା ଏବଂ ଫ୍ୟାକଲ୍ଟି ମେମ୍ବର ପ୍ରଫେସର ଲକ୍ଷ୍ମୀଧର
ମହାରଣା ଓ ଡଃ ଚିନ୍ମୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପଟାମୁଣ୍ଡାଇ କଲେଜ ପକ୍ଷରୁ ଡଃ
ଦୁଃଶାସନ ପରିଡା, ପ୍ରଫେସର ଦିଲୀପ କୁମାର ଭୂୟାଁ ଓ ପ୍ରଫେସର ଅରବିନ୍ଦ ପାଣ୍ଡବ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking