31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶ୩୬% ବଢ଼ିଛି କୋଇଲା ଉତ୍ପାଦନ

୩୬% ବଢ଼ିଛି କୋଇଲା ଉତ୍ପାଦନ

ନୂଆଦିଲ୍ଲୀ : ଶକ୍ତି ସଙ୍କଟ ମଧ୍ୟରେ ଦେଶ ଗତି କରୁଥିବା ବେଳେ କୋଇଲା ଉତ୍ପାଦନ ବୃଦ୍ଧି ପାଇଛି । ମେ ମାସର ପ୍ରଥମାର୍ଦ୍ଧରେ କୋଇଲା ଉତ୍ପାଦନ ୩୬% ବୃଦ୍ଧି ପାଇଛି । କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମେ ମାସର ୧୫ ତାରିଖ ସୁଦ୍ଧା ଦେଶରେ ୩୩.୯୪ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ ହୋଇଛି ।

ବିଗତ ବର୍ଷର ସମାନ ସମୟରେ ୨୪.୯୧ ମିଲିୟନ୍ ଟନ୍‌ର କୋଇଲା ଉତ୍ପାଦନ ହୋଇଥିଲା । ଉତ୍ପାଦିତ କୋଇଲା ମଧ୍ୟରୁ ୩୭.୧୮ ମିଲିୟନ୍ ଟନ୍ କୋଇଲା ବିଭିନ୍ନ ସାଇଟ୍‌କୁ ପଠାଯାଇଛି । ଯାହାକି ପୂର୍ବବର୍ଷ ତୁଳନାରେ ୧୫.୮୭% ଅଧିକ । ଏହା ସହିତ ଏପ୍ରିଲ ମାସରେ ୨୯.୮୦%ର ଅଭିବୃଦ୍ଧି ସହିତ ୬୭ ମିଲିୟନ୍ କୋଇଲା ଉତ୍ପାଦନ ହୋଇଥିବା କୁହାଯାଇଛି । ଏପ୍ରିଲ୍ ମାସରେ କୋଲ୍ ଇଣ୍ଡିଆ ଲିମିଟେଡ୍ ଏକାକୀ ୫୩.୪୭ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking