31.1 C
Bhubaneswar
Friday, March 29, 2024
Homeଖେଳଜାତୀୟ ଦଳକୁ ଫେରିଲେ ସୁନୀଲ୍ ଛେତ୍ରୀ

ଜାତୀୟ ଦଳକୁ ଫେରିଲେ ସୁନୀଲ୍ ଛେତ୍ରୀ

ନୂଆଦିଲ୍ଲୀ: ମହାନ୍ ଫୁଟ୍‌ବଲ୍ ସୁନୀଲ୍ ଛେତ୍ରୀ ଛଅମାସ ପରେ ଭାରତୀୟ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମଙ୍ଗଳବାର ଘୋଷିତ ଦଳରେ ତାଙ୍କୁ ସାମିଲ କରାଯାଇଛି ଏବଂ ସେ ଦୋହାରେ ମୋ ୨୮ ତାରିଖରେ ଜୋର୍ଡାନ୍ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ର ମ୍ୟାଚ୍‌ରେ ଖେଳିବେ । କୋଲ୍‌କାତାରେ ଚାଲିଥିବା ଟ୍ରେନିଂ ସେସନ୍ ଅବସରରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଇଗୋର୍ ଷ୍ଟିମାକ୍ ଭାରତୀୟ ଦଳ ଘୋଷଣା କରିଛନ୍ତି । ଭାରତୀୟ ଦଳ ୨୫ ତାରିଖରେ ଦୋହା ଅଭିମୁଖେ ଯାତ୍ରା କରିବ । ସେଠାରେ ଦଳ୍ ମ୍ୟାଚ୍ ପୂର୍ବରୁ ମଧ୍ୟ ଟ୍ରେନିଂ ଜାରି ରଖିବ। ୩୭ ବର୍ଷୀୟ ଛେତ୍ରୀ ଭାରତ ପକ୍ଷରୁ ଶେଷ ମ୍ୟାଚ୍ ଗତବର୍ଷ ଅକ୍ଟୋବରରେ ଖେଳିଥିଲେ ।

ସେତେବେଳେ ଭାରତ ସାଫ୍ ଚାମ୍ପିଅନ୍‌ଶିପ୍ ଫାଇନାଲ୍‌ରେ ନେପାଳକୁ ୩-୦ରେ ହରାଇ ଚାମ୍‌ପିଅନ୍ ହୋଇଥିଲା । ଏହା ପରଠାରୁ ଆହତ କାରଣରୁ ଛେତ୍ରୀ ଜାତୀୟ ଦଳ ବାହାରେ ରହିଥିଲେ । ଛେତ୍ରୀଙ୍କ ବ୍ୟତୀତ ଇଶାନ୍ ପଣ୍ଡିତ ମଧ୍ୟ ଭାରତୀୟ ଫରୱାର୍ଡ ଲାଇନ୍‌ରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଦୁହେଁ ଦଳରେ ଭିପି ସୁହେର୍ ଓ ଆହତ ରହିମ୍ ଅଲୀଙ୍କ ସ୍ଥାନ ନେଇଛନ୍ତି । ମିଡ୍‌ଫିଲ୍ଡ୍‌ରେ ଗ୍ଲାନ୍ ମାର୍ଟିନ୍ସ, ଋତିକ୍ ଦାସ, ଉଦନ୍ତ ସିଂହ, ସାହାଲ ଅବ୍‌ଦୁଲ୍ ସମଦ୍‌, ସୁରେଶ ୱାଙ୍ଗ୍‌ଜାମ୍ ଓ ଆଶିକ୍ କୁରିନିଆନ୍‌ଙ୍କୁ ସାମିଲ କରାଯାଇଥିବା ବେଳେ ପ୍ରଣୟ ହାଲ୍‌ଦାର ଓ ଡାନିସ୍ ଭଟ୍ ବାଦ୍ ପଡ଼ିଛନ୍ତି ।

ଡିଫେଣ୍ଡର୍ ଭାବେ ରାହୁଲ ଭେକେ, ଆକାଶ ମିଶ୍ରା, ହରମନଜୋତ୍ ସିଂହ ଖବ୍ରା, ରୋଶନ୍ ସିଯହ, ଅନୱର୍ ଅଲୀ, ସନ୍ଦେହ ଝିଙ୍ଗାନ୍‌, ଶୁଭାଶିଷ ବୋଷ୍ ଓ ପ୍ରୀତିମ କୋଟାଲ୍‌ଙ୍କୁ ଦଳରେ ସ୍ଥାନ ମିଳିଛି । ଗୋଲ୍‌କିପର୍ ଭାବେ ଗୁରପ୍ରୀତ୍ ସିଂହ ସନ୍ଧୁ ଓ ଅମ୍ରିନ୍ଦର ସିଂହ ଦଳରେ ସ୍ଥାନ ବଜାୟ ରଖିଥିବା ବେଳେ ଆଏସ୍‌ଏଲ୍ ଫାଇନାଲ୍‌ରେ ଉନ୍ନତ ପ୍ରଦର୍ଶନ କାରଣରୁ ପ୍ରଭସୁଖନ୍ ସିଂହ ଗିଲ୍‌ଙ୍କ ସ୍ଥାନରେ ଲକ୍ଷ୍ମୀକାଥ କାଟିମଣିଙ୍କୁ ସୁଯୋଗ ମିଳିଛି । ଏଏଫ୍‌ସି ଏସିଆନ୍ କପ୍ ଫାଇନାଲ୍ ରାଉଣ୍ଡ୍ କ୍ୱାଲିଫାୟର୍ସ ପ୍ରସ୍ତୁତି ପାଇଁ ବେଲାରୀ ଓ କୋଲ୍‌କାତାରେ କ୍ୟାମ୍ପ୍ ଚଳାଇଥିବା ବ୍ଲୁ ଟାଇଗର୍ସ ୨୫ ତାରିଖରେ ଦୋହା ଗସ୍ତ କରିବ । ସେଠାରେ ଜୋର୍ଡାନ୍ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବା ପରେ ମେ ୩୦ ତାରିଖରେ କୋଲ୍‌କାତା ଫେରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking