30.1 C
Bhubaneswar
Friday, April 26, 2024
Homeବିଜିନେସ୍୨୩୬ ପଏଣ୍ଟ ଖସିଲା ସେନ୍‌ସେକ୍ସ

୨୩୬ ପଏଣ୍ଟ ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ମଙ୍ଗଳବାର ତଳୁଆ ରହିଛି ଭାରତୀୟ ପୁଞ୍ଜି ବଜାର । ସେନ୍‌ସେକ୍ସ ୨୩୬ ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍‌ଟି ୯୦ ପଏଣ୍ଟ ତଳକୁ ଖସିଛି । ମୁଦ୍ରାସ୍ଫୀତି କାରଣରୁ ଭାରତୀୟ ପୁଞ୍ଜିବଜାର କ୍ଷତି ସହିଛି । ୩୦ ଶେୟାର ବିଏସ୍‌ଇ ସେନସେକ୍ସ ୦.୪୩ ପ୍ରତିଶତ ବା ୨୩୬ ପଏଣ୍ଟ ତଳକୁ ଖସି ୫୪ହଜାର ୫୩ ପଏଣ୍ଟରେ ପହଞ୍ଚିଥିଲା ।

ଅନ୍ୟ ପକ୍ଷରେ ନିଫ୍‌ଟି ୦.୫୫ ପ୍ରତିଶତ ବା ୯୦ପଏଣ୍ଟ ତଳକୁ ଖସିବା ସହିତ ୧୬୧୨୫ ପଏଣ୍ଟରେ ରହିଛି । ନିଫ୍‌ଟି ମିଡ୍ କ୍ୟାପ୍‌-୧୦୦ ଶେୟାର ଗୁଡିକ ୦.୬୫ ପ୍ରତିଶତ ତଳକୁ ଖସିଥିବା ବେଳେ ସ୍ମଲ୍ କ୍ୟାପ୍ ଶେୟାର ୧.୨୬ ପ୍ରତିଶତ ତଳକୁ ଖସିଥିଲା । ଏନ୍‌ଏସ୍‌ଇର ୧୫ଟି ଗଜ୍ ମଧ୍ୟରୁ ୧୦ଟି କ୍ଷତି ସହିଥିବା ବେଳେ ଆଇଟି ଏବଂ ଫାର୍ମା ଯଥାକ୍ରମେ ୧.୮୮ ଓ ୧.୫୩ ପ୍ରତିଶତ ତଳକୁ ଖସିଥିଲା । ବିଏସ୍‌ଇ ଲିଷ୍ଟେଡ୍ କମ୍ପାନୀ ଗୁଡିକ ମଧ୍ୟରେ ୧୦୪୩ଟି କମ୍ପାନୀର ଅଂଶଧନ ମୂଲ୍ୟ ବଢିଥିବା ବେଳେ ୨୨୬୫ଟି କମ୍ପାନୀର ଅଂଶଧନ ମୂଲ୍ୟରେ ହ୍ରାସ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking