29.1 C
Bhubaneswar
Friday, May 10, 2024
Homeଓଡିଶାମୋଦିଙ୍କୁ ନବୀନଙ୍କ ଆବାସ ଚିଠି

ମୋଦିଙ୍କୁ ନବୀନଙ୍କ ଆବାସ ଚିଠି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି କ୍ଷତିଗ୍ରସ୍ତଙ୍କ ପାଇଁ ୮.୧୭ ଲକ୍ଷ ଘର ମଂଜୁର କରିଥିବାରୁ ସେ ଧନ୍ୟବାଦ ଦେଇଛନ୍ତି । ଫନି ଅଣପ୍ରଭାବିତ ବାକି ଜିଲ୍ଲାର ୬ ଲକ୍ଷ ହିତାଧିକାରୀଙ୍କୁ ଘର ପାଇଁ ନିବେଦନ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଆବାସ ପ୍ଲସ ୱିଣ୍ଡୋ ଖୋଲାଯାଇଛି । ଫନି ପ୍ରଭାବିତ ୧୪ ଜିଲ୍ଲା ପାଇଁ ମାସକ ନିମନ୍ତେ ୱିଣ୍ଡୋ ଖୋଲାଯାଇଛି । ଫନି ଅଣପ୍ରଭାବିତ ୧୬ ଜିଲ୍ଲା ପାଇଁ ୱିଣ୍ଡୋ ଖୋଲିନଥିବାରୁ ସୁଫଳ ମିଳୁନି । ଘର ପାଇନଥିବା ଏସବୁ ଜିଲ୍ଲାର ଯୋଗ୍ୟ ହିତାଧିକାରୀ ଚୟନ ରାଜ୍ୟ କରିଛି । ଆବାସ ପ୍ଲସ ଭଳି ରାଜ୍ୟ ପ୍ରସ୍ତୁତ କରିଥିବା ପୋର୍ଟାଲ ଦ୍ୱାରା ଚୟନ ହୋଇଛି । ଏଭଳି ସ୍ଥିତିରେ ସାରା ରାଜ୍ୟ ପାଇଁ ଆବାସ ପ୍ଲସ ୱିଣ୍ଡୋ ଖୋଲିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking