30.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶପ୍ରେମ ଘଟଣାକୁ ନେଇ ଦୁଇ ପରିବାରରେ ସଂଘର୍ଷ, ଘଟିଥିଲା କିଛି ଏପରି ଘଟଣା....

ପ୍ରେମ ଘଟଣାକୁ ନେଇ ଦୁଇ ପରିବାରରେ ସଂଘର୍ଷ, ଘଟିଥିଲା କିଛି ଏପରି ଘଟଣା….

ୱାଶିଂଟନ୍‌: ପ୍ରେମ କାହାଣୀରୁ ଦୁଇ ପରିବାର ମଧ୍ୟରେ ସୃଷ୍ଟି ହୋଇଥିବା ସମ୍ପର୍କ ଶେଷରେ ବିବାଦର ରୂପ ନେଇଥିଲା । ଯେଉଁଥିପାଇଁ ପୁଅ ପକ୍ଷର ୪ ଜଣ ସଦସ୍ୟ ମିଶିକରି ଝିଅ ପକ୍ଷର ୮ ଜଣଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଲେ । ଏପରି ଲୋମହର୍ଷଣକାରୀ ଘଟଣା ଦେଖାଯାଇଛି ଆମେରିକାର ଓହିଓ ଠାରେ । ୨୦୧୬ ରେ ଘଟିଥିବା ଏହି ମାମଲାର ଶୁଣାଣି ଏବେ ଆରମ୍ଭ ହୋଇଛି । କୋର୍ଟରେ କୁହାଯାଇଛି ଯେ ଦୁଇ ପରିବାର ମଧ୍ୟରେ ନିଜ ପିଲାଙ୍କ ସନ୍ତାନକୁ ରଖିବା ନେଇ ଗଣ୍ଡଗୋଳ ହୋଇଥିଲା । ସୂଚନା ଅନୁଯାୟୀ, ଗୋଟିଏ ସମୟରେ ହନ୍ନା ରୋଡେନ ଓ ଜେକ୍ ଉଭୟେ ଉଭୟଙ୍କୁ ପ୍ରେମ କରୁଥିଲେ । ଦୁଇ ଜଣଙ୍କ ପାଇଁ ଉଭୟ ପରିବାର ମଧ୍ୟରେ ସମ୍ପର୍କ ନିବିଡ ହୋଇଥିଲା ।

୧୫ ବର୍ଷ ବୟସରେ ହନ୍ନାଙ୍କର ଏକ ସନ୍ତାନ ଜନ୍ମ ହେଲା । ଯାହାକୁ ରଖିବା ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ହନ୍ନାଙ୍କ ଝିଅ ସୋଫିଆକୁ ୩ ବର୍ଷ ହେବା ପରେ ଜ୍ୟାକ(ପୁଅ)ଙ୍କ ପରିବାର ଚାହୁଁଥିଲେ ଯେ ସୋଫିଆ ତାଙ୍କ ଘରେ ରହୁ । ହେଲେ ଏହାକୁ ହନ୍ନା ମନା ମାନିନଥିଲେ । ଯାହାକୁ ନେଇ ଏହି ଦୁର୍ଘଟଣା ହୋଇଥିଲା । ଜ୍ୟାକ ହନ୍ନାଙ୍କ ୩୭ ବର୍ଷର ମା’ ଡାନା ଓ ୧୬ ବର୍ଷର ଭାଇ କ୍ରିସକୁ ଗୁଳିମାରି ରାସ୍ତାରୁ ହଟାଇ ଦେଲେ । ଏଥିସହିତ ତାଙ୍କର ଦୁଇ ମାତାଙ୍କୁ ମଧ୍ୟ ଶୋଇବା ସମୟରେ ଗୁଳି କରି ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଲେ । ଜ୍ୟାକ ଗତ ବର୍ଷ ତାଙ୍କ ଉପରେ ଲାଗିଥିବା ଏହି ଅଭିଯୋଗକୁ ମାନିଥିଲେ । ଜ୍ୟାକ୍ ଓ ତାଙ୍କ ପରିବାରର ସଦସ୍ୟ ହନ୍ନା ପରିବାରର ୮ ଜଣ ସଦସ୍ୟଙ୍କୁ ରାସ୍ତାରୁ ହଟାଇ ଦେବା ନେଇ ଜ୍ୟାକ୍‌ଙ୍କ ପରିବାର ଉପରେ ଅଭିଯୋଗ ହୋଇଛି । ଜ୍ୟାକ୍‌ଙ୍କ ମା’ଙ୍କୁ ୩୦ ବର୍ଷ ଜେଲ ଦଣ୍ଡ ମିଳିବା ପରେ ପତି ଓ ପୁଅଙ୍କ ବିରୋଧରେ ସାକ୍ଷ୍ୟ ଦେବାକୁ ନିଷ୍ପତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking