37.1 C
Bhubaneswar
Saturday, May 18, 2024
Homeଅପରାଧସ୍ୱାମୀ ଆଖିରେ ଏସିଡ ପକାଇଲା ସ୍ତ୍ରୀ

ସ୍ୱାମୀ ଆଖିରେ ଏସିଡ ପକାଇଲା ସ୍ତ୍ରୀ

ପାଟନା: ଟଙ୍କାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ । ସ୍ୱାମୀକୁ ଶ୍ୱଶୁର ଘରେ ନିର୍ଦ୍ଧୁମ ମାଡ ମାରିବା ପରେ ଆଖିରେ ଏସିଡ୍ ଢାଳି ଦେଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ସିତାମଢିରେ । କିଛି ଦନ ତଳେ ୨ହଜାର ଟଙ୍କାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଫଳରେ ସ୍ତ୍ରୀ ଶ୍ୱଶୁର ଘର ଛାଡି ବାପ ଘରେ ଆସି ରହୁଥିଲେ । ଏହା ପରେ ସ୍ୱାମୀକୁ ପାନେ ଦେବା ପାଇଁ ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର । ସ୍ୱାମୀକୁ ବାପ ଘରକୁ ଡାକିବା ପରେ ପରିବାରର ସମସ୍ତେ ମିଶି ତାଙ୍କୁ ନିର୍ଦ୍ଧୁମ ମାଡ ମାରିବା ସହ ଆଖିରେ ଏସିଡ ଢାଳି ଦେଇଥିଲେ । ଏନେଇ ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ବ୍ୟକ୍ତି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହି ଘଟଣା ବାଥନାହା ପୋଲିସ ଷ୍ଟେସନ ଅଞ୍ଚଳର ବାଇରା ପଞ୍ଚଗାଛିଆ ୱାର୍ଡ ନମ୍ବର ୧୪ରେ ଘଟିଛି ।

ନାଗେଶ୍ୱର ସିଂଙ୍କ ସହ ୧୦ ବର୍ଷ ପୂର୍ବେ ରିଗା ପୋଲିସ ଷ୍ଟେସନ ଅଞ୍ଚଳର ଶାହାବାଜପୁର ଗାଁର ରାମଦାଲ ଶାହାଙ୍କ ଝିଅ ପାର୍ବତୀ କୁମାରୀଙ୍କ ସହ ବିବାହ ହୋଇଥିଲା । ବିବାହ ପରେ ଉଭୟଙ୍କ ଏକ ପୁଅ ଜନ୍ମ ହୋଇଥିଲା । ତେବେ କିଛି ଦିନ ପୂର୍ବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ୨ ହଜାର ଟଙ୍କା ପାଇଁ ବିବାଦ ହୋଇଥିଲା, ଯାହା ପରେ ପତ୍ନୀ ତାଙ୍କ ବାପ ଘରକୁ ଚାଲିଯାଇଥିଲେ । ମଙ୍ଗଳବାର ସନ୍ଧ୍ୟାରେ ପତ୍ନୀ ପାର୍ବତୀ ଦେବୀ ତାଙ୍କ ସ୍ୱାମୀଙ୍କୁ ଘରକୁ ଡାକି ନାଗେଶ୍ୱରଙ୍କୁ ମାଡ ମାରିଥିଲେ । ନାଗେଶ୍ୱରଙ୍କୁ ଘରକୁ ଡାକି ସ୍ତ୍ରୀ ସମେତ ପରିବାରର ସମସ୍ତ ସଦସ୍ୟ ମାଡ ମାରିବା ପରେ ଆଖିରେ ଏସିଡ ପକାଇ ଦେଇଥିଲେ । ଫଳରେ ନାଗେଶ୍ୱରଙ୍କ ଆଖି ପୋଡି ଯାଇଥିବା ବେଳେ ଏବେ ଦେଖିବାକୁ ଏସମର୍ଥ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସା ସମୟରେ ତାଙ୍କୁ ଲୁହାର ମାଡ ମରାଯାଇଥିବା ଜଣାପଡିଛି । ତେବେ ନାଗେଶ୍ୱରଙ୍କ ଆଖିରେ ଏସିଡ ପକାଯାଇଥିବା ସେ କହୁଥିବା ବେଳେ ଚିକିତ୍ସା ସମୟରେ ସେମିତି କିଛି ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking