28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଭାରତରେ ଟିକା ନେଇପାରିବେ ଅନ୍ୟ ଦେଶର ନାଗରିକ

ଭାରତରେ ଟିକା ନେଇପାରିବେ ଅନ୍ୟ ଦେଶର ନାଗରିକ

ନୂଆଦିଲ୍ଲୀ : ଭାରତରେ ଏଣିକି ବିଦେଶୀ ନାଗରିକମାନେ କରୋନା ଟିକା ନେଇପାରିବେ। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଫିସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଟିକା ପାଇଁ ଭାରତୀୟଙ୍କ ଭଳି ବିଦେଶୀ ନାଗରିକମାନେ ବି କୋ-ୱିନ ଆପରେ ପଞ୍ଜୀକରଣ କରିପାରିବେ। ଏହି ସମୟରେ ସେମାନେ ନିଜର ପାସପୋର୍ଟକୁ ପରିଚୟ ପତ୍ରଭାବେ ବ୍ୟବହାର କରିବେ। କୋ-ୱିନରେ ପଞ୍ଜୀକରଣ କରିବା ପରେ ସେମାନଙ୍କୁ ଟିକା ପାଇଁ ସ୍ଲଟ ମିଳିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଯେ, ଭାରତରେ ରହୁଥିବା ବିଦେଶୀ ନାଗରିକଙ୍କ ଟିକାକରଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ବିଶେଷକରି ସହାରାଞ୍ଚଳରେ ଅଧିକ ସଂଖ୍ୟକ ବିଦେଶୀ ନାଗରିକ ରହୁଛନ୍ତି। ସହାରାଞ୍ଚଳରେ ଅଧିକ ଲୋକ ରହୁଥିବାରୁ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାର ଆଶଙ୍କା ରହିଛି।ଏହାକୁ କାଉଣ୍ଟର କରିବା ପାଇଁ ଟିକାକରଣ ଜରୁରୀ। ଭାରତରେ ରହୁଥିବା ବିଦେଶୀ ନାଗରିକଙ୍କ ସୁରକ୍ଷା ପାଇଁ ସେମାନଙ୍କ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରଣାଳୟ କହିଛି।ସୂଚନାଯୋଗ୍ୟ, ଭାରତରେ ଜାନୁଆରୀ ୧୬ରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଇତିମଧ୍ୟରେ ୫୦ କୋଟି ଅଧିକ ଡୋଜ୍ ଟିକାକରଣ ଶେଷ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking