30.1 C
Bhubaneswar
Friday, April 26, 2024
Homeକରୋନାଚୀନର କଠୋରତା : କୋଭିଡ୍ ନିୟମ ଜାଣିଲେ ଆପଣଙ୍କ ଛାତି ଥରି ଉଠିବ....

ଚୀନର କଠୋରତା : କୋଭିଡ୍ ନିୟମ ଜାଣିଲେ ଆପଣଙ୍କ ଛାତି ଥରି ଉଠିବ….

ବେଜିଂ : ଚୀନରୁ ବାହାରିଥିବା କରୋନା ଭାଇରସ ପୂରା ବିଶ୍ୱକୁ ଧ୍ୱଂସ ପଥରେ ନେଇ ଚାଲିଛି । ଏଥିରେ କୋଟି କୋଟି ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ଜୀବିକା ଚାଲି ଯାଇଛି । କରୋନା ଲୋକଙ୍କୁ ବେରୋଜଗାର କରି ଦେଇଛି । ଦୁଇ ବର୍ଷ ହେବ ଏହି ଭାଇରସ୍ ଲୋକଙ୍କୁ ବନ୍ଦୀ କରି ରଖିଛି । ଏବେ ଏହାର ଓମିକ୍ରନ୍ ଭାରିଆଣ୍ଟ ପୁଣିଥରେ ବିଶ୍ୱରେ ଗୁରୁତର ବିପଦ ସୃଷ୍ଟି କରିଛି । ବହୁ ସଂଖ୍ୟକ କରୋନା ପଜିଟିଭ୍ ବାହାରୁଛନ୍ତି । ଚୀନ୍ ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ । ସେଠାରେ ମଧ୍ୟ ପରିସ୍ଥିତି ଖରାପ ହେବାରେ ଲାଗିଛି । ସ୍ଥିତି ବିଗୁଡ଼ୁଥିବାର ଦେଖି ଚୀନ ଜିରୋ କୋଭିଡ୍ ପଲିସି ଅଧୀନରେ ନିଜ ଦେଶର ନାଗରିକଙ୍କ ଉପରେ କ୍ୱାରେଣ୍ଟାଇନକୁ ନେଇ ଅନେକ କଠୋର ନିୟମ ଲାଗୁ କରି ଦେଇଛି । ଏହା ସହ ଜଡିତ ଏକ ଭିଡିଓ ଖୁବ୍ ମାତ୍ରାରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସୋସିଆଲ ମିଡିଆରେ ଚୀନର କଠୋର କ୍ୱାରେଣ୍ଟାଇନ ନିୟମ ସହ ଜଡିତ କିଛି ଭିଡିଓ ଭାଇରାଲ ହେଉଛି । କେଉଁଭଳି ଏଠାରେ ମେଟାଲ ବାକ୍ସ ଭିତରେ କ୍ୱାରେଣ୍ଟାଇନ ରୁମ୍ ତିଆରି କରାଯାଇଛି । ସଂକ୍ରମିତ କିମ୍ବା ସେମାନଙ୍କ ଆଖପାଖର ଲୋକଙ୍କୁ ଏହି ବାକ୍ସ ଭିତରେ ବନ୍ଦୀ କରି ରଖାଯାଉଛି । ଏଠାରେ ପ୍ରତାଡ଼ିତ ଗର୍ଭବତୀ ମହିଳା, ଶିଶୁ ଏବଂ ବୃଦ୍ଧ ବ୍ୟକ୍ତିମାନଙ୍କୁ ମଧ୍ୟ ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହି ମେଟାଲ ବାକ୍ସରେ ଲୋକଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରଖାଯାଉଛି । ଏଥିରେ କାଠ ନିର୍ମିତ ଖଟ ଏବଂ ଶୌଚାଳୟର ସୁବିଧା ଦିଆଯାଇଛି । ଯଦି କୌଣସି ଅଞ୍ଚଳରେ କୋଭିଡର ଜଣେ ବି ରୋଗୀ ମିଳୁଛନ୍ତି, ତ ପୂରା ଅଞ୍ଚଳର ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖି ଦିଆଯାଉଛି । ପ୍ରଶାସନିକ ଦଳ ମଧ୍ୟରାତ୍ରିରେ ଆସୁଛି ଏବଂ ସେମାନଙ୍କୁ ବସରେ ଭର୍ତ୍ତି କରି କ୍ୱାରେଣ୍ଟାଇନ କ୍ୟାମ୍ପକୁ ନେଇ ଯାଉଛି । ସେମାନଙ୍କୁ ହଠାତ୍ ହିଁ ଘର ଛାଡ଼ିବାକୁ କୁହାଯାଉଛି । ଚୀନରେ କରୋନାର ପ୍ରଥମ ଲହର ପରଠାରୁ ହିଁ କୋଭିଡର କଠୋର ନିୟମ ଲାଗୁ ରହିଛି । ଏଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ମୋବାଇଲରେ ‘ଟ୍ରାକ୍ ଆଣ୍ଡ ଟ୍ରେସ୍ ଆପ୍‌’ ରଖିବାକୁ ପଡ଼ୁଛି । ଏହା ମାଧ୍ୟମରେ ଯେତେବେଳେ ସଂକ୍ରମିତ ବ୍ୟକ୍ତି ମିଳନ୍ତି ତାଙ୍କ ଆଖପାଖର ସମସ୍ତ ଲୋକଙ୍କୁ ସହଜରେ ଜଣାପଡ଼ି ଯାଇଥାଏ ଏବଂ ତାଙ୍କୁ ତୁରନ୍ତ କ୍ୱାରେଣ୍ଟିନ କ୍ୟାମ୍ପ୍‌କୁ ପଠାଇ ଦିଆଯାଇଥାଏ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚୀନରେ ପାଖାପାଖି ୨ କୋଟି ଲୋକଙ୍କୁ ସେମାନଙ୍କ ଘରେ ହିଁ କଏଦ କରି ଦିଆଯାଇଛି । ଏପରି କି, ଲୋକଙ୍କୁ ଖାଦ୍ୟପେୟ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ପାଇଁ ବାହାରକୁ ଯିବାକୁ ମଧ୍ୟ ଦିଆଯାଉ ନାହିଁ । ବିଗତ ଦିନରେ ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ଯିବାକୁ ସୁଦ୍ଧା ଅନୁମତି ଦିଆଯାଇ ନ ଥିଲା, ଯଦ୍ଦ୍ୱାରା ତାଙ୍କର ଗର୍ଭପାତ ହୋଇ ଯାଇଥିଲା । ଏଠି କଠୋର କୋଭିଡ ଗାଇଡଲାଇନ୍ସକୁ ନେଇ ବିବାଦ, ବିତର୍କ ଚାଲିଛି । ଟ୍ୱିଟରରେ ଅନେକ ଲୋକ ଚୀନର କୋଭିଡ ନୀତି ଏବଂ ଏହା ନାଁରେ ଲୋକଙ୍କୁ ପ୍ରତାଡ଼ିତ କରାଯାଉଥିବାର ଭିଡିଓ ସେୟାର କରିବାରେ ଲାଗିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking