31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଉତ୍ତେଜକ ଗୀତ ବଜାଇବା କନ୍ୟା ପାଇଁ ହେଲା କାଳ....

ଉତ୍ତେଜକ ଗୀତ ବଜାଇବା କନ୍ୟା ପାଇଁ ହେଲା କାଳ….

ଇରାକ : ଉତ୍ତେଜକ ଗୀତ ବଜାଇବା କାଳ ହେଲା । ବିବାହ ପରେ ପରେ ଭାଙ୍ଗିଗଲା ବାହାଘର । ବିବାହର ଖୁସି କ୍ଷଣିକରେ ପାଣିରେ ମିଶିଗଲା । ବାଗଦାଦରୁ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିବାହ ପରେ ହିଁ କନ୍ୟାକୁ ଛାଡ଼ପତ୍ର ଦେବା ପରି ଚରମ ନିଷ୍ପତ୍ତି ନେଇଛନ୍ତି ବର । କନ୍ୟା ବିବାହ ପାର୍ଟିରେ ଏକ ଗୀତ ବଜାଇଥିଲେ, ଯାହା ବରକୁ ପସନ୍ଦ ଆସିନଥିଲା । ଆଉ ସେଥିପାଇଁ ସେ ଏତେ ବଡ଼ ନିଷ୍ପତ୍ତି ନେଇଛନ୍ତି । ଇରାକର ବାଗଦାଦରେ ଏପରି ଘଟଣା ଘଟିଛି । ସୂଚନା ଅନୁଯାୟୀ, ସେଠାରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ବର ଏବଂ ବରର ଅନେକ ସମ୍ପର୍କୀୟ ସେଠାରେ ଉପସ୍ଥିତ ଥିଲେ । ଡିଜେ ଗୀତରେ ସମସ୍ତେ ଖୁସିରେ ନାଚୁଥିଲେ । ହେଲେ କିଛି ସମୟ ପରେ ସେଠାରେ ପହଞ୍ଚି ଯାଇଥିଲେ ନବବିବାହିତା । ଖୁସିର ମାହୋଲରେ ତାଙ୍କର ଏକ ମନପସନ୍ଦର ଗୀତ ଲଗାଇଥିଲେ । ତେବେ ଗୀତଟି ବହୁତ ଉତ୍ତେଜକ ବୋଲି କୁହାଯାଇଛି ।
ଗୀତ ଶୁଣିବା ମାତ୍ରେ ବର ପକ୍ଷ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବର ମଧ୍ୟ ସେହି ଗୀତକୁ ପସନ୍ଦ କରିନଥିଲେ । ହେଲେ ସେପଟେ ଗୀତର ତାଳେ ତାଳେ ନାଚୁଥିଲେ ନବବିବାହିତା । ପ୍ରଥମେ ସେଠାରେ ଉପସ୍ଥିତ ଥିବା କିଛି କନ୍ୟାକୁ ସର୍ବସମ୍ମୁଖରେ ନାଚିବାକୁ ବାରଣ କରିଥିଲେ । ହେଲେ ସେ ମାନିନଥିଲେ । ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଅଟକାଇ ଥିଲେ, ତଥାପି ସେ ମାନିନଥିଲେ । ଫଳରେ ଘଟଣାସ୍ଥଳରେ ବରକନ୍ୟାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । କଥା ଏତେ ଦୂର ପର୍ଯ୍ୟନ୍ତ ପହଞ୍ଚିଗଲା ଯେ ରାଗିଯାଇ ବର କନ୍ୟାକୁ ଛାଡ଼ପତ୍ର ଦେଇଦେଇଥିଲେ । ଏହା ଏକ ସିରିଆଇ ଗୀତ ଯାହା ‘ମେସାୟତାର’ ଭାବରେ ଜଣାଶୁଣା । ଏହି ଗୀତର ଅର୍ଥ ହେଉଛି ‘ମୁଁ ଡୋମିନାଣ୍ଟ’ । ଏହି ଗୀତ ବରକୁ ବହୁତ କଷ୍ଟ ଦେଇଥିଲା । ଆଉ ସେ ନିଜେ ବିବାହ ହଲରେ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ଏହି ଛାଡପତ୍ର ବିଷୟରେ ଚର୍ଚ୍ଚା ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking