31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଧାରଣାଚ୍ୟୁତ ହେଲା ଗୌହାଟି ଅଭିମୁଖେ ଯାତ୍ରାରତ ବିକାନେର୍ ଏକ୍ସପ୍ରେସ୍ : ୩ ମୃତ

ଧାରଣାଚ୍ୟୁତ ହେଲା ଗୌହାଟି ଅଭିମୁଖେ ଯାତ୍ରାରତ ବିକାନେର୍ ଏକ୍ସପ୍ରେସ୍ : ୩ ମୃତ

ପଶ୍ଚିମବଙ୍ଗ: ଗୌହାଟୀ- ବିକାନେର ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଓ କିଛି ଲୋକ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗର ଜଲପାଇଗୁଡି ନିକଟ ମୈନାଗୁଡିରେ ଏହାର ୪-୫ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ବିକାନେରରୁ ଗୌହାଟୀ ଯାଉଥିବା ବିକାନେର ଏକ୍ସପ୍ରେସ ଆଜି ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ କିଛି ଲୋକ ଆହତ ହୋଇଥିବ ଜଣାପଡିଛି । ଆହତମାନଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ୫୧ଟି ଆମ୍ବୁଲାନ୍ସ ପହଞ୍ଚିଛି । ରେଳବାଇ ବୋର୍ଡ ଅଧ୍ୟକ୍ଷ ଘଟଣାସ୍ଥଳକୁ ଯାତ୍ରା କରିଛନ୍ତି । ସେହିପରି ଜଲପାଇଗୁଡି ଅଭିମୁଖେ ୨ଟି ଏନଡିଆରଏଫ ଟିମ୍ ଯାତ୍ରା ଆରମ୍ଭ କରିଛି । ସୂଚନାଯୋଗ୍ୟ, ଟ୍ରେନରେ ୩୦୮ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣା ସଂପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଲୋଚନା କରିଛନ୍ତି । ରାଜସ୍ଥାନର ବିକାନେରରୁ ଯାତ୍ରା ଆରମ୍ଭ କରିଥିବା ଉକ୍ତ ଟ୍ରେନ୍‌ଟି ପାଟଣା ଦେଇ ଆସାମର ଗୌହାଟିକୁ ଯାଉଥିବା ବେଳେ ଆଜି ସନ୍ଧ୍ୟା ପ୍ରାୟ ୫.୧୫ରେ ଜଳପାଇଗୁଡ଼ି ଅନ୍ତର୍ଗତ ମେନାଗୁଡ଼ି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେଠାରେ ଟ୍ରେନ୍‌ଟିର ରହଣି ନ ଥିଲା । ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ହଠାତ୍ ଗୋଟାଏ ଝଟ୍‌କା ଲାଗିବା ପରେ କେତେଗୁଡ଼ିଏ ବଗି ଓଲଟି ପଡ଼ିଲା । ପଶ୍ଚିମବଙ୍ଗର ସମସ୍ତ ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ଦୁର୍ଘଟଣା ବିଷୟରେ ବୁଝିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking