32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶ୩-୧୭ ବର୍ଷର ପିଲାଙ୍କ ଉପରେ ପ୍ରଭାବଶାଳୀ ଚୀନ ଭ୍ୟାକ୍ସିନ 'କରୋନାଭାକ'

୩-୧୭ ବର୍ଷର ପିଲାଙ୍କ ଉପରେ ପ୍ରଭାବଶାଳୀ ଚୀନ ଭ୍ୟାକ୍ସିନ ‘କରୋନାଭାକ’

ବେଜିଂ: କରୋନା ମହାମାରୀର ୩ୟ ଲହର ପିଲାଙ୍କ ପାଇଁ ବିପଦଜନକ ବୋଲି କୁହାଯାଉଛି । ଏହାରି ମଧ୍ୟରେ ଭାରତ ସମେତ ତମାମ ଦେଶ କରୋନାରୁ ପିଲାଙ୍କୁ ସୁରକ୍ଷା ଦେବା ପାଇଁ ଏବେଠୁ ପିଲାଙ୍କ ଉପରେ ଟିକା ପରୀକ୍ଷଣ କରୁଛନ୍ତି । ଏହାରି ଭିତରେ ଲ୍ୟାସେଣ୍ଟ ଇନଫେକ୍ସନ ଡିଜିଜର ଜର୍ନାଲ ଲାଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ, ଚୀନ ଭ୍ୟାକ୍ସିନ କରୋନା ଭାକକୁ ପିଲା ଙ୍କ ଉପରେ ପ୍ରଭାବଶାଳୀ ବୋଲି କୁହାଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ୩-୧୭ ବର୍ଷ ଆୟୁର ପିଲାଙ୍କୁ ଚୀନ ଭ୍ୟାକ୍ସିନ କରୋନାଭାକ ଡୋଜ ଦିଆଯାଇଛି । ଯାହା ସେମାନଙ୍କ କ୍ଷେତ୍ରରେ ପ୍ରଭାବଶାଳୀ । ୫୫୦ ଜଣଙ୍କ ଉପରେ କରାଯାଇଥିବା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲରେ ପିଲାଙ୍କୁ ଭ୍ୟାକ୍ସିନର ଦୁଇଟି ଖୁରାକ ଦିଆଯାଇଛି । ଏହାପରେ ସେମାନଙ୍କ ଶରୀରରେ ୯୬ ପ୍ରତିଶତ ଆଣ୍ଟିବଡି ବିକଶିତ ହୋଇଛି । ପିଲାଙ୍କୁ ଭ୍ୟାକ୍ସିନର ଦୁଇ ଡୋଜ୍ ୨୮ ଦିନ ଅନ୍ତରରେ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking