37.1 C
Bhubaneswar
Friday, May 17, 2024
Homeଓଡିଶାଆଜ୍‌ମା ରୋଗୀ ନିହାତି ଖାଆନ୍ତୁ ଏହି ଜିନିଷ

ଆଜ୍‌ମା ରୋଗୀ ନିହାତି ଖାଆନ୍ତୁ ଏହି ଜିନିଷ

ଭୁବନେଶ୍ୱର: ଆଜ୍‌ମା ଗୋଟିଏ ଅତି ସାଧାରଣ ଦୀର୍ଘସ୍ଥାୟୀ ରୋଗ ଯେଉଁଥିରେ ଶ୍ୱାସନଳୀର ପ୍ରଦାହ ହୁଏ । ଏହାକୁ ଭୁଲରେ ଅନେକ ଆସ୍‌ଥମା ବୋଲି କହନ୍ତି କିନ୍ତୁ ଏହାର ପ୍ରକୃତ ଉଚ୍ଚାରଣ ଆଜ୍‌ମା। ଏହା ଏକ ଗ୍ରୀକ ଭାଷାର ଶବ୍ଦ ଯାହାର ଅର୍ଥ ପାଣ୍ଟିଙ୍ଗ  ବା ପରିଶ୍ରମ ପରେ ହେଉଥିବା ଛୋଟ ଛୋଟ ଦୃତ ଶ୍ୱାସ କ୍ରିୟା । ଓଡ଼ିଆ ଭାଷାରେ ଏହି ରୋଗକୁ ‘ଶ୍ୱାସ’ ଓ ‘ଦମା’ ନାମ ମଧ୍ୟ ଦିଆଯାଇଛି । ଏହି ରୋଗରେ ଶ୍ୱାସ ନଳୀ ପ୍ରଦାହ ହୋଇ ପୁନଃପୌନିକ ଲକ୍ଷଣ ପ୍ରକାଶ ହୁଏ, ଶ୍ୱାସ ନଳୀର ଅସ୍ଥାୟୀ ସଙ୍କୋଚନ ହେତୁ ବାୟୁ ପ୍ରବାହ ବାଧା ପ୍ରାପ୍ତ ହୁଏ ।

ଏହାର ବିଭିନ୍ନ ଲକ୍ଷଣ ଗୁଡ଼ିକ: ଶ୍ୱାସ କ୍ରିୟା ବେଳେ ହୁଇଜ୍(ହୁଇସିଲ୍ ଶବ୍ଦ) ଶବ୍ଦ ଶୁଣାଯିବା, କାଶ, ଛାତି ଚିପିହେବା ଭଳି ଲାଗିବା ଓ ଛୋଟ ଶ୍ୱାସକ୍ରିୟା, ଛୋଟ ପ୍ରଶ୍ୱାସ ସହ ଦୀର୍ଘ ନିଶ୍ୱାସ ଛାଡ଼ିବା । ଏହି ଲକ୍ଷଣ‌ଗୁଡ଼ିକ ଦିନରେ ବା ସପ୍ତାହରେ କିଛି ଥାର ଦେଖାଯାଏ ।. ରାତିରେ ଓ ବ୍ୟାୟାମ କଲାବେଳେ ଏହି ରୋଗ ଅଧିକ ହୋଇପାରେ ।

ଭିଟାମିନ ସି ରେ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ । ଯାହା ଫୁସଫୁସକୁ ସୁରକ୍ଷା ଦେବା ଓ ତାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଯେଉଁମାନେ ଭିଟାମିନ ସି ଯୁକ୍ତ ଖାଦ୍ୟ ବେଶି ଖାଆନ୍ତି ସେମାନେ ଆସ୍ଥମା ଆଟାକର ଶିକାର କମ ହୁଅନ୍ତି । ଏହି ରୋଗୀମାନେ ସର୍ବଦା କମଳା, ବ୍ରୋକଲୀ ଭଲି ଜିନିଷ ନିଜ ଡାଏଟରେ ସାମିଲ କରିବା ଦରକାର ।
ଶ୍ୱାସରୋଗୀଙ୍କ ପାଇଁ ମହୁ ଓ ଚିନିର ବ୍ୟବହାର କମ କରିବା ଦରକାର । ହେଲେ ସେମାନଙ୍କ ପାଇଁ ଡାଳଚିନି ଓ ମହୁ ସେବନ କରିବା ଲାଭଦାୟକ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ତିନି ଚୁଟକୀ ଡାଳଚିନି ସହିତ ଏକ ଚାମଚ ମହୁ ମିଶାଇ ନିୟମିତ ଭାବରେ ଖାଇବା ଦ୍ୱାରା ଫୁସଫୁସକୁ ଆରାମ ମିଳିଥାଏ । ଏହାସହ ଲଙ୍ଗସ ସହ ଜଡିତ ରୋଗ ବି ଦୂର ହୋଇଥାଏ ।
ତୁଳସୀକୁ ଆୟୁର୍ବେଦିକ ଔଷଧ ଭାବରେ ଧରାଯାଏ । ତୁଳସୀରେ ଆଣ୍ଟିଅକ୍ସିଡାଣ୍ଡ ଗୁଣ ଭରପୂର ମାତ୍ରାରେ ରହିଥାଏ । ଏମିତିରେ ଚା ରେ ୨ରୁ ୩ଟି ତୁଳସୀ ପତ୍ର ମିଶାଇ ପିଇବା ଦ୍ୱାରା ଆସ୍ଥମା ରୋଗୀଙ୍କ ଆଟାକ ଆଶଙ୍କା କମ୍ ରହିଥାଏ । ତୁଳସୀ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking