32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶତାଇୱାନ୍ ସୀମାରେ ମିଶାଇଲ୍ ମାଡ଼କଲା ଚୀନ୍

ତାଇୱାନ୍ ସୀମାରେ ମିଶାଇଲ୍ ମାଡ଼କଲା ଚୀନ୍

ବେଜିଂ : ଆମେରିକା ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ୍ ଗସ୍ତକୁ ନେଇ ଖପ୍ପା ହୋଇଛି ଚୀନ୍ । ଏହାର ରାଗ ସୁଝାଇବା ପାଇଁ ଚୀନ୍ ସେନା ତାଇୱାନ୍ ସୀମାରେ ମିଶାଇଲ୍ ମାଡ଼ କରିଛି । ସୈନ୍ୟ ଅଭ୍ୟାସ ସମୟରେ ତାଇୱାନ୍ର ପାଖାପାଖି ପାଣିରେ ମିଶାଇଲ୍ ପଡ଼ିଥିଲା । ତାଇପେର ରକ୍ଷା ମନ୍ତ୍ରାଳୟ ଏହା ଅଯୌକ୍ତିକ କହିବା ସହିତ କ୍ଷେତ୍ରୀୟ ଶାନ୍ତିକୁ ଭଙ୍ଗ କରୁଥିବା କହିଛି । ତାଇୱାନର ରକ୍ଷାମନ୍ତ୍ରାଳୟ ଏକ ସଂକ୍ଷିପ୍ତ ବୟାନରେ କହିଛି ଯେ ଚୀନ୍ର କମ୍ୟୁନିଟି ପାର୍ଟି ଆଜି ଦ୍ୱିପ୍ରହର ୧.୫୬ ସମୟରେ ଦକ୍ଷିଣ-ପଶ୍ଚିମ ତାଇୱାନ୍ ପାଖାପାଖି ଅଞ୍ଚଳରେ ଡୋଙ୍ଗଫେଙ୍ଗ ସିରିଜର କିଛି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି । ଅନ୍ୟପଟେ ଚୀନର ପୂର୍ବତନ ଥିଏଟର୍ କମାଣ୍ଡ ଏନେଇ କହିଛି ଯେ ଏହାର ନିୟୋଜିତ ସେନା ଅଭ୍ୟାସ ସମୟରେ ଗୁରୁବାର ତାଇୱାନ୍ ପୂର୍ବତଟ ପାଣିରେ ପାରମ୍ପରିକ ମିଶାଇଲର କେତେକ ଫାୟାରିଂ ସମ୍ପୂର୍ଣ୍ଣ କରିଛି । ଥିଏଟର୍ର ଜଣେ ପ୍ରବକ୍ତା ବୟାନରେ କହିଛନ୍ତି ଗୁଳିଗୋଳା ଅଭ୍ୟାସ ସମ୍ପୂର୍ଣ୍ଣ ହେବା ପରେ ସମ୍ୱନ୍ଧିତ ସମୁଦ୍ର କ୍ଷେତ୍ରରୁ ନିୟନ୍ତ୍ରଣ ହଟାଇ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking