28.1 C
Bhubaneswar
Saturday, April 27, 2024
Homeଓଡିଶାଆଖି ବୁଜିଲା ଛୁଆହାତୀ

ଆଖି ବୁଜିଲା ଛୁଆହାତୀ

ମୟୂରଭଞ୍ଜ: ଖବର ପ୍ରସାରଣ ପରେ ଉଦ୍ଧାର ହେଲା ହାତୀଛୁଆ। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଦେଢବର୍ଷ ବୟସ୍କା ହାତୀଛୁଆ। ବନବିଭାଗର ଦାୟିତ୍ବହୀନତା ଏବଂ ନିଷ୍କ୍ରିୟତା ପାଇଁ ଛୁଆହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି । ଭୋକିଲା ଛୁଆ ହାତୀର ଅସହାୟତା ଏବଂ ଅସୁସ୍ଥତା ସମ୍ପର୍କରେ ଗତ ୧୫ତାରିଖ ଠାରୁ ସ୍ଥାନୀୟ ବନବିଭାଗକୁ ଜଣାଇ ଉଦ୍ଧାର ପାଇଁ ଅଞ୍ଚଳବାସୀ ଅନୁରୋଧ କରିଥିଲେ ମଧ୍ୟ ବହୁ ବିଳମ୍ବରେ ତତ୍ପରତା ଦେଖାଇ ୨୪ତାରିଖ ଉଦ୍ଧାର କରି ଚିକିତ୍ସା ଆରମ୍ଭ କରିଥିଲା ବନବିଭାଗ। ଗୋଟେପଟେ ହାତୀ ସଂଖ୍ୟା ଦିନକୁଦିନ ହ୍ରାସ ପାଉଥିବା ଏହାର ସଂରକ୍ଷଣ ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଅନ୍ୟପଟେ ହାତୀର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବନବିଭାଗର ଅବହେଳା ଏବଂ ବିଳମ୍ବିତ ପଦକ୍ଷେପ ଯୋଗୁଁ ମୃତ୍ୟୁମୁଖରେ ପଡୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଛୁଆ ହାତୀର ଗତିବିଧି ଉପରେ ନଜର ରଖିଥିବା ବନବିଭାଗ କେମିତି ଜାଣିପାରିଲାନି ଅସୁସ୍ଥତା ସମ୍ପର୍କରେ। ସ୍ତନ୍ୟପାନ ଛାଡିବାରୁ ନିଜ ପାଖରୁ ଦୁରେଇ ଦେଇଥିଲା ମାଆ ହାତୀ । ସେହିପରି ରାସଗୋବିନ୍ଦପୁର ରେଞ୍ଜର ବିଭିନ୍ନ ଅଞ୍ଚଳରେ ଘୁରିବୁଲୁଥିବା ୨୦ଟିକିଆ ଝାଡଖଣ୍ଡି ହାତୀପଲ ଦଳରୁ ଆଡ଼େଇ ଦେଇଥିଲେ ଛୁଆ ହାତୀକୁ। ପରେ ହାତୀଛୁଆ ଏକା ହୋଇ ଘୁରିବୁଲୁଥିଲା । ଏହି ସମୟରେ ଆବଶ୍ୟକ ଖାଦ୍ୟ ଅଭାବରୁ ଦୁର୍ବଳ ହୋଇ ଧୀରେ ଧୀରେ ଅସୁସ୍ଥ ହୋଇପଡିଥିଲା। ମାତ୍ର ଛୁଆ ହାତୀ ଉପରେ ନଜର ରଖି ଦାୟିତ୍ବ ଶେଷ କରିଥିବା ସ୍ଥାନୀୟ ବନବିଭାଗ ପକ୍ଷରୁ ହାତୀଛୁଆର ଜୀବନ ବଞ୍ଚାଇବା ପାଇଁ ତତ୍ପରତା ଦେଖାଇ ଆବଶ୍ୟକ ଖାଦ୍ୟ ବ୍ୟବସ୍ଥା କରିଥିଲେ ହୁଏତ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ମତପ୍ରକାଶ ପାଉଥିବା ବେଳେ ବିଭାଗର ଅବହେଳା ଯୋଗୁଁ ଅସମୟରେ ହାତୀଛୁଆର ମୃତ୍ୟୁ ପାଇଁ ବିଭାଗର ଖାମଖିଆଲି ମନଭାଵକୁ ଦାୟିକରି ସମ୍ପୃକ୍ତଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।
ଅନ୍ୟପକ୍ଷରେ ହରପିକରେ ଆକ୍ରାନ୍ତ ହୋଇ ହାତୀଛୁଆର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ବୋଲି କହିଛନ୍ତି ACF ଦିଲ୍ଲୀପ ବାରିକ ।
ସେହିପରି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷତମାମ ହାତୀପଲର ଉପସ୍ଥିତି ରହୁଥିବା ବେଳେ ଜିଲ୍ଲାରେ ଉନ୍ନତ ତଥା ଅତ୍ୟାଧୁନିକ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥାର ଅଭାବ ରହିଥିବାରୁ ଚିକିତ୍ସା ବ୍ୟବସ୍ଥା ବିଳମ୍ବିତ ହେଉଛି। ଫଳରେ ବନ୍ୟପ୍ରାଣୀଙ୍କ ଜୀବନ ବଞ୍ଚାଇବା ପାଇଁ ଚିକିତ୍ସା ବିଳମ୍ବିତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି ବୋଲି ମତଦେଇଛନ୍ତି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ।
ତେବେ ମୃତ ହାତୀଛୁଆକୁ ଆଜି ସ୍ଥାନୀୟ ବନବିଭାଗ ପକ୍ଷରୁ ପୋତାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ହାତୀଛୁଆର ମୃତ୍ୟୁ ପାଇଁ ବିଭାଗ କାହାକୁ ଦାୟୀ କରୁଛି କି ରୋଗ ନାମରେ ସୁରକ୍ଷା ଦେଉଛି ଦେଖିବାକୁ ବାକି ରହିଲା।
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking