38.1 C
Bhubaneswar
Friday, April 26, 2024
Homeବଲିଉଡ"ଛପାକ" କୁ ବୁଡାଇଲେ ଦୀପିକା

"ଛପାକ" କୁ ବୁଡାଇଲେ ଦୀପିକା

ନୂଆଦିଲ୍ଲୀ: ଏସିଡ ଆଟାକ ପିଡୀତା ଯୁବତୀ ଲକ୍ଷ୍ମୀ ଅଗ୍ରୱାଲଙ୍କ ଜିବନୀକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ଛପାକ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ସିନେ ସମୀକ୍ଷକ ମାନେ ପୂର୍ବାନୁମାନ କରିଥିଲେ କିନ୍ତୁ ଫିଲ୍ମ ରିଲୀଜ ହେବା ପରେ ସମସ୍ତ ଅନୁମାନକୁ ଭୁଲ ପ୍ରମାଣିତ କରି ବକ୍ସ ଅଫିସ କଲେକ୍ସନରେ ପଛରେ ପଡିଛି ଫିଲ୍ମ ଛପାକ ।ସିନେ ସମିକ୍ଷକ ତରଣ ଆଦର୍ଶଙ୍କ ରିପୋର୍ଟ ଅନୁସାରେ ଫିଲ୍ମଟି ୧୦ ଜାନୁଆରୀରେ ରିଲିଜ ହୋଇଥିଲେ । ରିଲିଜ ର ପ୍ରଥମ ଦିନରେ ୪.୭୭ କୋଟି ଟଙ୍କାର ବ୍ୟବସାୟ କରିଥିଲା, ଶନିବାର ଦିନ ୬.୯୦ କୋଟି, ରବିବାର ୭.୩୫ କୋଟି, ସୋମବାର ୨.୩୫ କୋଟି, ମଙ୍ଗଳବାର ୨.୨୫ କୋଟି ଓ ବୁଧୁବାର ଦିନ ୨.୬୧ କୋଟି ଟଙ୍କା ବ୍ୟବସାୟ କରିବାର ସକ୍ଷମ ହୋଇଛି ଯଦିଓ ଏବେ ପର୍ଯ୍ୟନ୍ତ ସିନେମାର ମୋଟ ଆୟ ଦେଖା ଯାଏ ତେବେ ମାତ୍ର ୨୬.୫୩ କୋଟି ଟଙ୍କା ବ୍ୟବସାୟ କରିବାରେ ସଫଳ ହୋଇଛି ।
ତେବେ ଛପାକ ଛଳଚ୍ଚିତ୍ର ସହ ଏକା ଦିନରେ ମୁକ୍ତିଲାଭ କରିଥିବା ଅଜୟ ଦେବଗନଙ୍କ “ତାନାଜୀ” ଚଳଚ୍ଚିତ୍ର ୧୦୦ କୋଟି କ୍ଲବରେ ସାମିଲ ହୋଇଥିବା ଜଣାପଡିଛି ।  ଛପାକ ଭଲ ବ୍ୟବସାୟ କରିବ ବୋଲି ଆକଳନ କରିଥିବା ବିଶେଷଜ୍ଞ ମାନେ ଏହାର ବିଫଳତା ପାଇଁ ଏବେ ଦିପୀକାଙ୍କୁ ଦାୟି କରୁଛନ୍ତି । ଦୀପିକାଙ୍କ ଜେଏନୟୁ ଯିବା ଓ ଏକ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ ଦେବା ସିନେମାର ବିଫଳତା ପାଇଁ ଦାୟୀ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking