28.1 C
Bhubaneswar
Friday, March 29, 2024
Homeଓଡିଶାବସ ଟ୍ରକ ମୁଁହାମୁହିଁ ଧକ୍କା

ବସ ଟ୍ରକ ମୁଁହାମୁହିଁ ଧକ୍କା

ଭୁବନେଶ୍ୱର:ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ୱର ଜାତୀୟ ରାଜପଥ ବୋଲଗଡ଼ ଥାନା ଭିମପଡା ଛକରେ ବରଯାତ୍ରୀ ବସ ଚାଉଳ ବୋଝେଇ ଟ୍ରକ ମୁହାମୁହି ଧକ୍କା । ବସ୍‌ରେ ଥିବା ବରଯାତ୍ରୀଙ୍କ ମଧ୍ୟରୁ ସାତଜଣ ଗୁରୁତର ହୋଇଥିବା ବେଳେ ଦସରୁ ଅଧିକ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ବୋଲଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେହିପରି ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଖବର ପାଇଁ ବୋଲଗଡ ଅଗ୍ନିଶମ ବିଭାଗ ଓ ବୋଲଗଡ଼ ଥାନା ପୋଲିସ ପହଞ୍ଚି ଉଦ୍ଧାର କରିଥିଲା । ବସ୍‌ଟି ବରଯାତ୍ରୀ ନେଇଁ ନୟାଗଡ଼ରୁ କଟକ ଯାଉଥିବା ବେଳେ ଚାଉଳ ବୋଝେଇ ଟ୍ରକଟି ଚାଉଳ ନେଇଁ ଭୁବନେଶ୍ୱରରୁ ନୟାଗଡ ଯାଉଥିଲା ।
https://onakhabar.com/2020/01/16/labour-dead-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking