30.1 C
Bhubaneswar
Monday, May 6, 2024
Homeଅପରାଧମ୍ୟାଜିକ୍‌ ମିରର୍‌ ବିକିବା ବାହାନାରେ ୯ ଲକ୍ଷ ଚଳୁ: ବନ୍ଧାହେଲେ ୩ ବଙ୍ଗୀୟ ଧୂର୍ତ୍ତ

ମ୍ୟାଜିକ୍‌ ମିରର୍‌ ବିକିବା ବାହାନାରେ ୯ ଲକ୍ଷ ଚଳୁ: ବନ୍ଧାହେଲେ ୩ ବଙ୍ଗୀୟ ଧୂର୍ତ୍ତ

ଭୁବନେଶ୍ବର: ଆଣ୍ଟିକ୍‌ ମ୍ୟାଜିକ୍‌ ମିରର୍‌ ବିକ୍ରି ନାଁରେ ୯ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଆଜି ନୂଆପଲ୍ଲୀ ଥାନା ପୁଲିସ ୩ ବଙ୍ଗୀୟ ଠକଙ୍କୁ ଗିରଫ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗର ପାର୍ଥ ସିଂଘରେ(୪୬), ମଳୟ ସରକାର(୩୨) ଓ ସୁଦୀପ୍ତ ସିହ୍ନା ରାୟ(୩୮)। ପୁଲିସ ସେମାନଙ୍କଠାରୁ ମ୍ୟାଜିକ୍‌ ମିରର୍‌, କାର୍‌, ୨୮ ହଜାର ଟଙ୍କା ଏବଂ ଏଗ୍ରିମେଣ୍ଟ କାଗଜପତ୍ର ଜବତ କରିଛି। ବଡ଼ କଥା ହେଉଛି ଏହି ୩ ଧୂର୍ତ୍ତ, ଉତ୍ତରପ୍ରଦେଶର ଜଣେ ଯୁବକଙ୍କୁ ଠକି ଭୁବନେଶ୍ବରରେ ଧରାପଡ଼ିଛନ୍ତି।ନୂଆପଲ୍ଲୀ ଥାନାରେ ଉତ୍ତରପ୍ରଦେଶ କାନପୁରର ଅବିନାଶ ଶୁକ୍ଳା କରିଥିବା ଅଭିଯୋଗ ଅନୁସାରେ ଏହି ୩ ଠକ ତାଙ୍କୁ ଏକ ମ୍ୟାଜିକ୍‌ ମିରର୍‌ ବିକିବାକୁ କହିଥିଲେ। ବ୍ରିଟିସ୍‌ ଇଷ୍ଟ ଇଣ୍ଡିଆ କମ୍ପାନି ସମୟର ଏହି ମିରର୍‌ର ବହୁ ଯାଦୁକରୀ ଗୁଣ ରହିଛି ଏବଂ ବଜାର ମୂଲ୍ୟ ୫୦ କୋଟି ହେବ। କିନ୍ତୁ ସେମାନେ ତାହାକୁ ମାତ୍ର ୨ କୋଟିରେ ବିକିବେ। ଅବିନାଶ ଏଭଳି ମିରର୍‌କୁ ବିଦେଶରେ ବିକି ଅଧିକ ଫାଇଦା ଲୋଭରେ ୩ ଠକଙ୍କ ସହ ମୂଲଚାଲ କରିବା ସହ ସେମାନଙ୍କୁ ଅଗ୍ରିମ ଆକାରରେ ୯ ଲକ୍ଷ ଟଙ୍କା ଦେଇଥିଲେ। ତେବେ ମିରର୍‌ ହସ୍ତାନ୍ତର ଭୁବନେଶ୍ବରରେ ହେବ ବୋଲି କଥା ଛିଡ଼ିଥିଲା। ଗତକାଲି ୩ ଠକ ଓ ଅବିନାଶ ନୂଆପଲ୍ଲୀ ସ୍ଥିତ ଏକ ହୋଟେଲରେ ଏକାଠି ହୋଇଥିଲେ। କିନ୍ତୁ କୌଣସି କାରଣକୁ ନେଇ ଅବିନାଶଙ୍କର ସନ୍ଦେହ ହୋଇଥିଲା ଏବଂ ସେ ତୁରନ୍ତ ନୂଆପଲ୍ଲୀ ଥାନା ପୁଲିସକୁ ଫୋନ୍‌ କରି ଜଣାଇଥିଲେ। ପୁଲିସ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଠକଙ୍କ ରୢାକେଟ୍‌ ବାବଦରେ ଜଣାପଡ଼ିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking